15.1 C
Bhubaneswar
Monday, February 9, 2026
Homeଓଡିଶାଶିଶୁକନ୍ୟା ବିକ୍ରି: ତଦନ୍ତ ନିର୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ

ଶିଶୁକନ୍ୟା ବିକ୍ରି: ତଦନ୍ତ ନିର୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ

ଖପ୍ରାଖୋଲ : ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ କରୁଆଁଝର ପଞ୍ଚାୟତ ଅନ୍ତର୍ଗତ ସାନଗୁର୍ଜିଭଟା ଗ୍ରାମର ଏକ ନବଜାତ ଶିଶୁକନ୍ୟାକୁ ବିକ୍ରି କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ପାଟଣାଗଡ଼଼ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସାନଗୁର୍ଜିଭଟା ଗାଁକୁ ଯାଇ ଶିଶୁ କନ୍ୟାର ପରିବାର ଲୋକଙ୍କୁ ଭେଟିଛନ୍ତି। ଶିଶୁ କନ୍ୟାର ମା’ ଅରୁଣାବତୀ ନାଗଙ୍କୁ କନ୍ୟା ବିକ୍ରି ଘଟଣା ବିଷୟରେ ପଚାରିଥିଲେ। ମା’ ଅରୁଣାବତୀ କହିଥିଲେ ଯେ, ମୋର ୫ଟି ସନ୍ତାନ। ତେଣୁ ଏହି ଶିଶୁ କନ୍ୟାର ଲାଳନ ପାଳନ ପାଇଁ ସୁନାମୁଦି ସ୍ୱାସ୍ଥ୍ୟ ଉପକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଜରିଆରେ ଆମର ଜଣେ ସମ୍ପର୍କୀୟଙ୍କୁ ଦେଇଛୁ ବୋଲି କହିଥିଲେ। ଶିଶୁ କନ୍ୟାର ମା’ ବାରମ୍ବାର ବୟାନ ବଦଳାଉଥିବାରୁ ଉପମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ନେଇ ୧୬୧ ବୟାନ ରେକର୍ଡ କରିବା ସହିତ ଦୋଷୀକୁ ଧରିବା ପାଇଁ ଉପସ୍ଥିତ ପ୍ରଶାସନିକ ଓ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ପାଟଣାଗଡ଼଼ ଉପଜିଲାପାଳଙ୍କ ନେତୃତ୍ୱରେ ଗଠିତ କମିଟି ଏହି ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking