21.1 C
Bhubaneswar
Wednesday, February 4, 2026
Homeଓଡିଶା‘ଆତ୍ମନିର୍ଭର ଭାରତ ଅଭିଯାନ’ ସମଗ୍ର ସମାଜ ଓ ରାଷ୍ଟ୍ର ପାଇଁ ଏକ ପ୍ରତିଜ୍ଞା: ମନମୋହନ ସାମଲ

‘ଆତ୍ମନିର୍ଭର ଭାରତ ଅଭିଯାନ’ ସମଗ୍ର ସମାଜ ଓ ରାଷ୍ଟ୍ର ପାଇଁ ଏକ ପ୍ରତିଜ୍ଞା: ମନମୋହନ ସାମଲ

ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନ କ୍ରମେ ସ୍ୱଦେଶୀ ସଂକଳ୍ପ ମାଧ୍ୟମରେ ଆତ୍ମନିର୍ଭରଶୀଳ ଭାରତ ଲକ୍ଷ୍ୟ ଏବେ ଆନ୍ଦୋଳନରେ ପରିଣତ ହୋଇଛି। ବିଦେଶୀ ସାମଗ୍ରୀ ଛାଡ଼ି ଭାରତରେ ପ୍ରସ୍ତୁତ ସାମଗ୍ରୀ ଆପଣାଇବାକୁ ପ୍ରୋତ୍ସାହିତ କରିବା ପାଇଁ ସେପ୍ଟେମ୍ବର ୨୫ ତାରିଖ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଠାରୁ ଡିସେମ୍ବର ୨୫ ତାରିଖ ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ୯୦ ଦିନ ପର୍ଯ୍ୟନ୍ତ ଏନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହାକୁ ଦେଶର ଦ୍ୱିତୀୟ ଆର୍ଥିକ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନ ବୋଲି କୁହାଯାଇପାରେ। ଭାରତୀୟ ଜନତା ପାର୍ଟି ସହ ଦେଶର ଅନେକ ସ୍ୱେଚ୍ଛାସେବୀ ସଂଗଠନ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକର୍ତାମାନେ ଯୋଗଦେଇ ସ୍ୱଦେଶୀ ଉତ୍ପାଦ ଆପଣେଇବା ପାଇଁ ଜନସାଧାରଣଙ୍କୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନର ସମୀକ୍ଷା ବୈଠକରେ ଯୋଗଦେଇ ଶ୍ରୀ ସାମଲ କହିଛନ୍ତି ଯେ, “ଆତ୍ମନିର୍ଭରଶୀଳ ଭାରତ’ ଅଭିଯାନ ସମଗ୍ର ସମାଜ ଏବଂ ରାଷ୍ଟ୍ର ପାଇଁ ଏକ ପ୍ରତିଜ୍ଞା। ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କ ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଦଳ ତରଫରୁ ଅନେକ କାର୍ଯ୍ୟକ୍ରମ ଓ ଅଭିଯାନ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବିଧାନସଭାସ୍ତରରେ ମହିଳା, ଯୁବ, ବ୍ୟବସାୟୀ ଓ ବୃତିଗତ ସମ୍ମିଳନୀ କରାଯିବ ସହ ସ୍ୱଦେଶୀ ମେଳା, ସ୍କୁଲ ଏବଂ କଲେଜସ୍ତରରେ ସ୍ୱଦେଶୀ ପ୍ରତିଜ୍ଞା, ଆତ୍ମନିର୍ଭର ଭାରତ ସଂକଳ୍ପ ରଥ ଓ ପଦଯାତ୍ରା କରିବା ସହ ଘର-ଘର ସ୍ୱଦେଶୀ ସମ୍ପର୍କ ଅଭିଯାନ କରିବା ପାଇଁ ସ୍ଥିର କରାଯାଇଛି। ୨୦୪୭ ବିକଶିତ ଭାରତ ଲକ୍ଷ୍ୟ ପୂରଣ କରିବା ପାଇଁ ଏହି ଅଭିଯାନକୁ ସଫଳ କରିବା ପାଇଁ ସମୀକ୍ଷା ବୈଠକରେ ଶ୍ରୀ ସାମଲ କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି, ବିଷ୍ଣୁ ଦାସ, ଅଭିଯାନର ସଂଯୋଜକ ତଥା ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ଶତପଥୀ, ସହ ସଂଯୋଜକ ତଥା ସାଂସଦ ଅନନ୍ତ ନାୟକ, ରାଜ୍ୟ ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୁରଲୀ କ୍ରିଷ୍ଣା ଦଶରି, ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସାମାଜିକ ଗଣମାଧ୍ୟମ ସଂଯୋଜିକା ସୁଜାତା ପାଢ଼ୀ ପ୍ରମୁଖଙ୍କ ସମେତ ସମସ୍ତ ରାଜ୍ୟ ଓ ଜିଲ୍ଲା ପଦାଧିକାରୀ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking