25.1 C
Bhubaneswar
Thursday, February 5, 2026
Homeଓଡିଶାପିପିଲି ଘଟଣା ପଛରେ ଆତ୍ମଦାହ ଉଦ୍ୟମ- ଅତିରିକ୍ତ ଏସପି

ପିପିଲି ଘଟଣା ପଛରେ ଆତ୍ମଦାହ ଉଦ୍ୟମ- ଅତିରିକ୍ତ ଏସପି

ପିପିଲି: ପିପିଲି ମହିଳା ପୋଡି ଘଟଣାରେ ଅତିରିକ୍ତ ଏସପି ବଡ ସୂଚନା ଦେଇଛନ୍ତି । କହିଛନ୍ତି, ପାରିବାରିକ କଳହ ନଥିଲା, ଋଣ ଚାପରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଘଟଣାସ୍ଥଳରୁ ସୁଇସାଇଡ ନୋଟ ଓ କିରାସିନି ବୋତଲ ଜବତ ହୋଇଛି । ମିଳିଥିବା ସୁଇସାଇଡ ନୋଟକୁ ଯାଞ୍ଚ ପାଇଁ ପଠାଯାଇଛି ।  ପାଖରେ ଥିବା ସିସିଟିଭି ମଧ୍ୟ ଯାଞ୍ଚ କରାଯାଉଛି । ଶରୀରର ୯୦ ପ୍ରତିଶତ ପୋଡିଛି । ଭେଣ୍ଟିଲେଟରରେ  ରହିଛନ୍ତି । ସୂଚନା ଥାଉକି, ଗତକାଲି ପିପିଲିରେ ଜଣେ ମହିଳା ଜଳିଯାଇଥିଲେ ।  ଗୁରୁତର ଅବସ୍ଥାରେ ତାଙ୍କୁ  ପିପିଲି ହସ୍ପିଟାଲରେ  ଭର୍ତ୍ତି କରାଯାଇଥିଲା ।   ତାଙ୍କ ଶରୀରର ୯୦ ପ୍ରତିଶତ ପୋଡିଯାଇଥିବାରୁ  ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking