18.1 C
Bhubaneswar
Sunday, February 8, 2026
Homeଓଡିଶା୨ କୁଇଣ୍ଟାଲରୁ ଅଧିକା ଗଞ୍ଜେଇ ଜବତ ; ୧ ଗିରଫ

୨ କୁଇଣ୍ଟାଲରୁ ଅଧିକା ଗଞ୍ଜେଇ ଜବତ ; ୧ ଗିରଫ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଂଚଳରେ ଗତ କିଛିଦିନ ହେଲା ଗଞ୍ଜେଇ କାରବାର ବୃଦ୍ଧି ପାଇଛି । ଫିରିଙ୍ଗିଆ ପୋଲିସ ରବିବାର ଦିନ ପବିଙ୍ଗିଆ ପଞ୍ଚାୟତ ଅଞ୍ଚଳରେ ଥିବା କିଛି ଜଙ୍ଗଲରେ ଚଢଉ କରି ୨ କୁଇଣ୍ଟାଲରୁ ଅଧିକା ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ଗଛ ଜଙ୍ଗଲରୁ କାଟୁଥିବା ସମୟରେ ପୋଲିସ ଚଢଉ କରିଛି । ଯେଉଁ ଲୋକ ଗଞ୍ଜେଇ ଚାଲାଣ କରୁଥିଲା ସେହି ଲୋକ ଫେରାର ଅଛି । ଚାଲାଣ ହେବାକୁ ଥିବା ଗଞ୍ଜେଇ ପୋଲିସ ଜବତ କରିଛି । ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିର୍ଦେଶକ୍ରମେ ଏସଆଇ ଅଜୟ ସାହୁ,ଏସଆଇ ଦୀପକ କୁମାର ରାଉତ ଓ ଏଏସଆଇ ପ୍ରମୋଦ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଏହି ଚଢ଼ାଉ କରିଥିଲା। ସହିପରି ଫିରିଙ୍ଗିଆ ଅତିରିକ୍ତ ଥାନା ଅଧିକାରୀ ଅଜୟ କୁମାର ସାହୁଙ୍କ ନେତୃତ୍ୱ ରେ ଏଏସଆଇ ଶ୍ରୀକାନ୍ତ ପାତ୍ରଙ୍କ ସହ ଏକ ଟିମ ପାଟ୍ରୋଲିଂ କରୁଥିବା ସମୟରେ ଫିରିଙ୍ଗିଆ ଥାନା ବନ୍ଧଗଡ ପଞ୍ଚାୟତର ତେଲିମୁଣ୍ଡା ଛକ ନିକଟରେ ଏକ କାରରୁ ୨୩ କେଜି ଗଞ୍ଜେଇ ଜବତ କରିଛନ୍ତି। ଏହି ଘଟଣାରେ ସାରଙ୍ଗଗଡ ଥାନା କପୁଗୁଡ଼ା ଗାଁର ଚିନ୍ତାମଣି ଦଣ୍ଡିଆଙ୍କୁ ଗିରଫ କରାଯାଇଛି। ଏ ସଂକ୍ରାନ୍ତରେ ଫିରିଙ୍ଗିଆ ଥାନାରେ ଏକ ମାମଲା ରୁଜୁ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking