18.1 C
Bhubaneswar
Thursday, February 12, 2026
Homeଓଡିଶାଗଞ୍ଜେଇ ଜବତ; ୪ ଅଭିଯୁକ୍ତ ଗିରଫ

ଗଞ୍ଜେଇ ଜବତ; ୪ ଅଭିଯୁକ୍ତ ଗିରଫ

କନ୍ଧମାଳ : କନ୍ଧମାଳ ଜିଲ୍ଲା ହରଭଙ୍ଗା ବ୍ଳକ ନିକଟରୁ ପୋଲିସ ଗୋଟିଏ ଗଞ୍ଜେଇ ବୋଝେଇ କାରକୁ ଜବତ କରିଛି । ଏହି ଘଟଣାରେ ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଫୁଲବାଣୀ ପଟୁ ଚାରି ଛକ ଆଡକୁ ଏକ ଅଲଟୋ କାରରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ନେଇ ପୁରୁଣା କଟକ ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ପରେ ଚାରି ଛକ- ଫୁଲବାଣୀ ରାସ୍ତାରେ ଗାଡି ଯାଂଚ କରିବା ସହିତ ଗଞ୍ଜେଇ ବୋଝେଇ କାରକୁ ଜବତ କରିଥିଲା । ଗାଡିରୁ ୫ କେଜି ଗଞେଇ ଜବତ କରିବା ସହ ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିମାନେ ହେଲେ ବୌଦ୍ଧ ଥାନା ରତନପୁର ଗାଁର ରଜତ ଗାଈଗୌରିଆ, କନ୍ଧମାଳ ଜିଲ୍ଲା ସୁଡ୍ରୁକୁମ୍ପାର ଗାଁର ମୁନା ବେହେରା,କନ୍ଧମାଳ ଜିଲ୍ଲା ମାଦିକୁଲା ଗାଁର ରତାଙ୍ଗପାଣି ପ୍ରଧାନ ଏବଂ ପୁରୁଣାକଟକ ତାଳପଦରର ଅନିଲ ଦେହୁରୀ। ଏହାସହ ପୋଲିସ ସେହି କାରଟିକୁ ଜବତ କରିଥିବା ପୁରୁଣା କଟକ ଆଇଆଇସି ଶାରଦା ପ୍ରସନ୍ନ ଦାଶ ସୂଚନା ଦେଇଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking