20.1 C
Bhubaneswar
Wednesday, January 15, 2025
Homeଓଡିଶାରଥପଦାରୁ କଲରାପତରିଆ ବାଘଛାଲ ଜବତ : ୧ ଗିରଫ, ୨ ଅଭିଯୁକ୍ତ ଫେରାର

ରଥପଦାରୁ କଲରାପତରିଆ ବାଘଛାଲ ଜବତ : ୧ ଗିରଫ, ୨ ଅଭିଯୁକ୍ତ ଫେରାର

ଯାଜପୁର : କଟକ ବନଖଣ୍ଡ ପକ୍ଷରୁ ଆଜି ଟମକା ରେଞ୍ଜ୍ ଡୁବୁରି ସେକ୍ସନ ଟମକା-ଡୁବୁରି ସଡ଼କର ରଥପଦା ଗାଁ ପାଖ ରାସ୍ତାରେ କୁଖ୍ୟାତ ଶିକାରୀ ପ୍ରସନ୍ନ ଚାମ୍ପିଆ(୩୫) ପାଖରୁ ଏକ କଲରାପତରିଆ ବାଘଛାଲ ଜବତ ହୋଇଛି। ବାଘଛାଲ ଚୋରା ଚାଲାଣ ପାଇଁ ଯାଉଥିବା ସମୟରେ ବନପାଳ ମାଣିକ ମୁଣ୍ଡା ତାକୁ ମାଡ଼ି ବସିଥିଲେ। ତେବେ ଏହି ସମୟରେ ତା’ର ଅନ୍ୟ ୨ ସହଯୋଗୀ ଖସି ପଳାଇଥିଲେ। ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ପ୍ରସନ୍ନକୁ ଗିରଫ କରାଯାଇଛି। ଅଭିଯୁକ୍ତ ପାଖରୁ ୧୪୭ ସେଣ୍ଟିମିଟର ଲମ୍ବ ବିଶିଷ୍ଟ ଏହି ବାଘଛାଲ ଜବତ ହୋଇଛି। ମଙ୍ଗଳ ବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ବିଭାଗୀୟ ସୂଚନା ମିଳିଛି। ଡୁବୁରି ଛକର ଏକ ହୋଟେଲରେ ଏକ ବାଘଛାଲ ବିକ୍ରି ପାଇଁ ଯୋଜନା ସଂପର୍କ‌ରେ ଗତକାଲି ବନ ବିଭାଗକୁ ସୂଚନା ମିଳିଥିଲା। ସେହି ଆଧାରରେ ଡିଏଫ୍‌ଓ ପି ଅର୍ଥନାରିଙ୍କ ନିର୍ଦ୍ଦେଶରେ ତୁରନ୍ତ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ୨ ସହକାରୀ ବନସଂରକ୍ଷକ(ଏସିଏଫ୍‌) ଅନିଲ କୁମାର ରାୟ ଓ ନବନିଯୁକ୍ତ ସନ୍ତୋଷ କୁମାର ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବ‌ାବଧାନରେ ଅଭିଯୁକ୍ତମାନଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା। ଟମକା ଉପବନାଞ୍ଚଳ ଅଧିକାରୀ ଅଜିତ କୁମାର ଦଳେଇଙ୍କ ନେତୃତ୍ବରେ ତଥା ଯାଜପୁ‌ରରୋଡ଼ ବନାଞ୍ଚଳ ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ର ଓ ଗୋବର୍ଦ୍ଧନପୁର ଆର୍‌ଆଇ ମାଲା ଟୁଡ଼ୁଙ୍କ ସହଯୋଗରେ ହୋଇଥିବା ଏହି ଚଢ଼ଉରେ ଡାଳିଯୋଡ଼ା ବନପାଳ ଶ୍ରୀ ମୁଣ୍ଡା, ଟମକା ବନପାଳ ଚିତ୍ତରଞ୍ଜନ ଓ ଡୁବୁରି ବନପାଳ ଲକ୍ଷ୍ମୀଧର ନାୟକ ସଦଳବଳ ସାମିଲ ଥିଲେ। ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଇଲାକାର ବୁଧୁ ମୁଣ୍ଡାଙ୍କ ପୁଅ ଅଭିଯୁକ୍ତ ପ୍ରସନ୍ନ ନିଜ ଶ୍ବଶୁର ଘର ଟମକା ଥାନା କିଆଝର ପଞ୍ଚାୟତ ଚମ୍ପାଝର ଗାଁରେ ଶାଳକ ଗାନେ ଚାତାର ଘର ପାଖରେ ଘରକରି ରହି ଆସୁଥିବା ଜଣାପଡ଼ିଛି। ସିମିଲି ପାହାଡ ରୁ ଶିକାରୀ ମାନେ ଦୁଲଭ ବନ ଜନ୍ତୁ ଶିକାର କାରି ଟମକlଓ ଡ଼ୁବୁରୀ ଠା ରେ ସେମାଙ୍କ ଚମଡା ଓ ମାଂସ କୂ ବିଭନ୍ନ ଅଞ୍ଚଳ ରୁ କୂ ପଠା ଯାଇଥାଏ ଏଥିରେ ଏକ ବଡ ରାକେଟ କାର୍ଯ୍ୟ କରୁଛି ଏହି ରାକେଟ କୂ ବନ ବିଭାଗ ଠାବ କରି ବା ପାଇଁ ବିଭନ୍ନ କୌଶଳ ଅବଲମ୍ବନ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking