18.1 C
Bhubaneswar
Wednesday, February 4, 2026
Homeଅପରାଧନକଲି ବିଦେଶୀ ମଦ ଜବତ: ୩ ଗିରଫ

ନକଲି ବିଦେଶୀ ମଦ ଜବତ: ୩ ଗିରଫ

ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳରେ ନକଲି ବିଦେଶୀ ମଦ କାରବାର। ରିଆମାଳ ପୋଲିସ ଥାନା ଅଧିକାରୀ ସତ୍ୟବ୍ରତ ରାଉତଙ୍କ ନେତୃତ୍ବରେ ବଡ଼ ଧରଣର ନକଲି କାରବାରର ପର୍ଦ୍ଦାଫାସ ହୋଇଛି। ପୋଲିସ ଏମଭି ଚେକିଂ ବେଳେ ସ୍ବିଫ୍ଟ କାର ସହ ୧୦୦ ଲିଟରରୁ ଊର୍ଦ୍ଧ୍ବ ନକଲି ବିଦେଶୀ ମଦ ଜବତ କରିବା ସହ ତିନି ଅଭିଯୁକ୍ତ ଗିରଫ କରିଥିବା ଜଣା ପଡ଼ିଛି l ସୂଚନା ଅନୁଯାଇ , ଜବତ କାରରେ ବ୍ଲାକ ଡାଇମଣ୍ଡ ସୁପର ହୁଈସ୍କିର ସ୍ପିରିଟ ଆଣି ରୟାଲ ଚ୍ୟାଲେଞ୍ଜର ହ୍ଵିସ୍କି, ରୟାଲ ଷ୍ଟାଗ, ଓ ମ୍ୟାକଡୁଏଲ ଭଳି ବିଭିନ୍ନ ବ୍ରାଣ୍ଡର ଲେବୁଲ ଲଗା ନକଲି ବିଦେଶୀ ମଦ ସହ ରଙ୍ଗୀନ ସ୍ପିରିଟ ସମେତ ୧୦୫ ଲିଟର ନକଲି ମଦ ଜବତ କରିଛି ପୋଲିସ l ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସତ୍ୟବ୍ରତ ରାଉତ ସୂଚନା ଦେଇଛନ୍ତି। ଏହି ସ୍ପିରିଟକୁ ରାଉରକେଲାରୁ ଆଣି ଗତ ୨ ମାସ ହେଲା ନକଲି ବିଦେଶୀ ମଦ କାରବାର ଚାଲିଥିଲା ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking