ବାଲେଶ୍ବର: ବାଲେଶ୍ବର ଅରଡ ବଜାରରୁ ୨ କିଲୋ ବ୍ରାଉନସୁଗାର ଜବତ କଲା ଅବକାରୀ ବିଭାଗ । ବ୍ରାଉନସୁଗାର କାରବାର କରୁଥିବା ଅମଜାଦ ଖାଁ ଗିରଫ ହୋଇଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛନ୍ତି । ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶରୁ ବ୍ରାଉନସୁଗାର ଆଣି ଅରଡ ବଜାରରେ ଏମାନେ ଗଚ୍ଛିତ ରଖିଥିଲେ । ଅରଡ ବଜାରରୁ ଓଡିଶାର ବିଭିନ୍ନ ଜିଲ୍ଲାକୁ ଚାଲାଣ କରାଯାଉଥିଲା । ଗୁଇନ୍ଦା ସୂଚନା ଆଧାରରେ ଅବକାରୀ ବିଭାଗ ଚଢାଉ କରିଥିଲା । ରବିବାର ସକାଳ ସମୟରେ ବାଲେଶ୍ଵର ଅରଡ ବଜାର ନିକଟରେ ଗୋଟିଏ ଘରୁ ୨ କେଜି ବ୍ରାଉନସୁଗାର ସହ ୫୫୭୦ ଟଙ୍କା, ଗୋଟିଏ ଫୋନ୍ ଓ ଜଣେ ଅଭିଯୁକ୍ତକୁ ଧରିଛି ବାଲେଶ୍ଵର ଅବକାରୀ ବିଭାଗ । ଦୁଇ କେଜି ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ଦୁଇ କୋଟି ଟଙ୍କା ହେବ ।