29.8 C
Bhubaneswar
Monday, October 7, 2024
Homeଓଡିଶାଫଳ ଗାଡ଼ିରୁ ବହୁ ପରିମାଣର ଗଞ୍ଜେଇ ଜବତ

ଫଳ ଗାଡ଼ିରୁ ବହୁ ପରିମାଣର ଗଞ୍ଜେଇ ଜବତ

ଭୁବନେଶ୍ବର : ଫଳ ଗାଡ଼ିରେ ଗଞ୍ଜେଇ ଚାଲାଣ । ଫଳ ବୋଝେଇ ଟ୍ରକରୁ ଜବତ ହେଲା ୮ କୁଇଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ । ଗାଡ଼ିଟି ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ବର ଆସୁଥିଲା । ଏଥିରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ରାଜସ୍ବ ନିର୍ଦ୍ଦେଶାଳୟ ଗୁଇନ୍ଦା ଟିମ୍ ଅଟକାଇବା ପାଇଁ ଚେଷ୍ଟା କରିଥିଲା । ହେଲେ ଟ୍ରକଟି ଆନ୍ଧ୍ର-ଓଡ଼ିଶା ବର୍ଡର କ୍ରୀଷ୍ଣାଭରମ୍ ଟୋଲ ଗେଟକୁ ଧକ୍କା ଦେଇ ଆଗକୁ ବଢିଥିଲା । ଏହି ଟ୍ରକକୁ ଏକ କାର ଏସ୍କକର୍ଟ କରି ଆଣୁଥିବା ଦେଖାଯାଇଥିଲା । ସେମାନଙ୍କ ପିଛା କରି ଟିମ୍ ଉଭୟ ଟ୍ରକ ଓ କାରକୁ ଅଟକାଇଥିଲା । ଫଳ ବୋଝେଇ ଟ୍ରେରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡ଼ିଥିଲା । ଯାଞ୍ଚ ବେଳେ ଟ୍ରକରୁ ୮୦୮ କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ୧ କୋଟି ୬୨ ଲକ୍ଷ ଟଙ୍କା ହେବ । ମାମଲାରେ ଟ୍ରକ୍ ଡ୍ରାଇଭର ସମେତ ୩ ଜଣଙ୍କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking