22.1 C
Bhubaneswar
Tuesday, January 14, 2025
Homeସାଧାରଣତନ୍ତ୍ର ଦିବସ - 2025ସାଧାରଣତନ୍ତ୍ର ଦିବସରେ ଦେଖନ୍ତୁ ଦିଲ୍ଲୀର ଝଲକ

ସାଧାରଣତନ୍ତ୍ର ଦିବସରେ ଦେଖନ୍ତୁ ଦିଲ୍ଲୀର ଝଲକ

ନୂଆଦିଲ୍ଲୀ : ଆଜି ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ । ଆମ ରାଷ୍ଟ୍ର ଉଦ୍ଦେଶ୍ୟରେ  ରାଷ୍ଟ୍ରୀୟ ପର୍ବ ବୋଲି ମଧ୍ୟ କହିଥାଉ ।  ଜାନୁଆରୀ ୨୬ରେ ପାଳନ କରାଯାଏ ଏହି ମହାନ ଦିବସ । ପ୍ରତିଟି ଭାରତୀୟଙ୍କ ପାଇଁ  ଆଜିର ଦିନ ବେଶ ଗୁରୁତ୍ୱପୂର୍ଣ୍ଣ। ସ୍ୱାଧିନତା ପାଇବାର ପ୍ରାୟ ଅଢେଇ ବର୍ଷ ପରେ  ଭାରତ ନିଜ ସମ୍ବିଧାନ ପ୍ରଣୟନ କରିବାରେ ସକ୍ଷମ ହୋଇଥିଲା । ପ୍ରାୟ ୨ ବର୍ଷ ୧୧ ମାସ ଏବଂ ୧୮ ଦିନ ପରେ  ୧୯୫୦ ମସିହା  ଜାନୁଆରୀ ୨୬ରେ  ସଂସଦରେ ଭାରତୀୟ ସମ୍ବିଧାନ  ଅନୁମୋଦନ ହୋଇଥିଲା । ଭାରତୀୟ ଗଣତନ୍ତ୍ର ବଳ ରାଜ୍ୟ ଭାବରେ ନିଜକୁ ଘୋଷଣା କରିଥିଲା । ତିନୋଟି ରାଷ୍ଟ୍ରୀୟ ଦିବସ ମଧ୍ୟରୁ  ଗଣତନ୍ତ୍ର ଦିବସ ହେଉଛି ସେଥିରୁ ଗୋଟିଏ । ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ଦୁର୍ଗଠାରେ ଜାତୀୟ ପତାକା ଉତ୍ତୋଳନ କରି ଭାରତୀୟ ସାମରିକ ବାହିନୀ,ଅର୍ଦ୍ଧ ସାମରିକ ବାହିନୀ,ପୁଲିସ ବାହିନୀ ଓ ଦେଶର ବିଭିନ୍ନ ଅଂଚଳରୁ ଆସିଥିବା କ୍ୟାଡେଟମାନଙ୍କଠାରୁ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରନ୍ତି । ଭାରତୀୟ ସେନା  ଓ ଅଶ୍ୱାରୋହୀ, ପଦାତିକ ଆଦି ବାହିନୀ ସେମାନଙ୍କର ଶୋଭାଯାତ୍ରାରେ ବାହାରିଥାଆନ୍ତି । ଏଥି ସହିତ ଭାରତର ବିଭିନ୍ନ ସାଂସ୍କୃତିକ ଝଲକ ବିଭିନ୍ନ ରାଜ୍ୟରୁ ଆସିଥିବା ଦଳମାନେ ପ୍ରସ୍ତୁତ କରିଥାନ୍ତି । ଏହି ପର୍ବ ପ୍ରତ୍ୟେକ ରାଜ୍ୟରେ ମଧ୍ୟ ଆୟୋଜିତ ହୋଇଥାଏ ଓ ସେଠାକାର ରାଜ୍ୟପାଳ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥାନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking