ଭୁବନେଶ୍ୱର: ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ଦିଆଯାଇଛି । ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ କହିଲେ ପୋଲିସ କମିଶନର ଏସ ଦେବଦତ୍ତ ସିଂ । ଦରଘା ବଜାର ଓ କଦମ ରସୁଲରେ ପୋଲିସ ଫ୍ଲାଗମାର୍ଚ୍ଚ କରିଛି । କଟକ ସହର ସାରା ପୋଲିସ ମୁତୟନ ଅଛନ୍ତି, ସ୍ଥିତି ସ୍ୱାଭାବିକ ଅଛି । ତଥାପି କିଛି ଲୋକ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ତଥ୍ୟ ରଖୁଛନ୍ତି । ସୋସିଆଲ ମିଡିଆରେ ବିଭ୍ରାନ୍ତିକର ତଥ୍ୟ ରଖୁଛନ୍ତି । ଭାଇରାଲ କରୁଛନ୍ତି । ଏଥିରୁ କ୍ଷାନ୍ତ ରୁହନ୍ତୁ, ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆବଶ୍ୟକ ହେଲେ ଦେଶଗ୍ରୋହ ମାମଲା ରୁଜୁ କରାଯିବ । ସୂଚନାଥାଉକି, କଟକ ଦରଭଗା ଅଂଚଳରେ ଦୁର୍ଗାପୂଜା ଭସାଣିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଥିଲା ।










