33.1 C
Bhubaneswar
Wednesday, October 16, 2024
Homeଓଡିଶାଆବାସିକ ବିଦ୍ୟାଳୟ,ହଷ୍ଟେଲରେ ସୁରକ୍ଷା ବ୍ୟବସ୍ଥା ହେବ ସୁଦୃଢ଼; କୌଣସି ପ୍ରକାର ଅବହେଳାକୁ ପ୍ରଶୟ ଦିଆଯିବନନି

ଆବାସିକ ବିଦ୍ୟାଳୟ,ହଷ୍ଟେଲରେ ସୁରକ୍ଷା ବ୍ୟବସ୍ଥା ହେବ ସୁଦୃଢ଼; କୌଣସି ପ୍ରକାର ଅବହେଳାକୁ ପ୍ରଶୟ ଦିଆଯିବନନି

ଭୁବନେଶ୍ୱର: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଆବାସିକ ବିଦ୍ୟାଳୟ ଓ ହଷ୍ଟେଲରେ ଅନ୍ତେବାସୀଙ୍କ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାକୁ ସୁନିଶ୍ଚିତ ସହ ସୁଦୃଢ଼ କରାଯିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପ୍ରସଙ୍ଗରେ କୌଣସି ପ୍ରକାର ଅବହେଳାକୁ ପ୍ରଶୟ ଦିଆଯିବନାହିଁ। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୁଧବାର ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ପରେ ଉନ୍ନୟନ କମିଶନର କହିଥିଲେ, ରାଜ୍ୟରେ ବିଭାଗ ଅଧିନରେ ୫୮୪୧ ଛାତ୍ରାବାସ ଏବଂ ଛାତ୍ରୀ ନିବାସ ରହିଥିବା ବେଳେ ଏଥିରେ ପ୍ରାୟ ୫ ଲକ୍ଷ ୪୦ ହଜାର ଅନ୍ତେବାସୀ ରହୁଛନ୍ତି।

ତନ୍ମଧ୍ୟରୁ ପ୍ରାୟ ୩ଲକ୍ଷ ୪୦ ହଜାର ଅନ୍ତେବାସୀ ଏଏସ୍‌ଡି ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟରେ ଅଧ୍ୟୟନ କରୁଥିବାବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ସ୍କୁଲରେ ପ୍ରାୟ ୧ ଲକ୍ଷ ୭୭ ହଜାର, ଅନ୍ୱେଷା ହଷ୍ଟେଲରେ ୨୨ ହଜାର ୩୪୦ ଓ ଆକାଂକ୍ଷା ହଷ୍ଟେଲରେ ୧୬୨୦ ଛାତ୍ରଛାତ୍ରୀ ରହି ଅଧ୍ୟୟନ କରୁଛନ୍ତି। ବିଭିନ୍ନ ହଷ୍ଟେଲରେ ପ୍ରାୟ ୫୮ ପ୍ରତିଶତ ଅନ୍ତେବାସୀ ବାଳିକା ହୋଇଥିବାରୁ ସେମାନଙ୍କର ସୁରକ୍ଷା ଓ ନିରାପତ୍ତା ପ୍ରମୁଖ ପ୍ରସଙ୍ଗ ରହିଛି। ଅନେକ ହଷ୍ଟେଲ ଦୁର୍ଗମ ସ୍ଥାନରେ ଅବସ୍ଥିତି ଦୃଷ୍ଟିରୁ ସ୍ୱାସ୍ଥ୍ୟସେବା, ଭିତ୍ତିଭୂମି ଉନ୍ନୟନ, କର୍ମଚାରୀ ଅଭାବ ପୂରଣ, ଅସୁସ୍ଥ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ଠିକ୍ ସମୟରେ ଚିକିତ୍ସା, ଖାଦ୍ୟ ଯୋଗାଣ, ପୋଷଣ, ସ୍ୱାସ୍ଥ୍ୟରକ୍ଷା ଏବଂ କେତେକ ହଷ୍ଟେଲରେ ଆବଶ୍ୟକତା ଠାରୁ ଅଧିକ ଅନ୍ତେବାସୀ ରହିବାକୁ ପଡୁଥିବାରୁ ସ୍ଥାନାଭାବ ଭଳି ସମସ୍ୟା ଏବଂ ଛାତ୍ରାବାସ ପରିଚାଳନା ଭଳି ପ୍ରମୁଖ ଆହ୍ୱାନ ରହିଛି।  ଏହାଛଡ଼ା ଉନ୍ନୟନ କମିଶର ଶ୍ରୀମତୀ ଗର୍ଗ କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ପ୍ରତି ବିଭାଗ ସମେତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ, ବିଦ୍ୟାଳୟସ୍ତରରେ ବିଭିନ୍ନ କମିଟି ତଥା ଅଭିଭାବକ ସମସ୍ତେ ସଚେତନ ଓ ଆନ୍ତରିକତାର ସହିତ ଯଥେଷ୍ଟ ଅଧିକ ଧ୍ୟାନ ଦେବାକୁ ଉନ୍ନୟନ କମିଶନର ପରାମର୍ଶ ଦେଇଛନ୍ତି ।

ଆହୁରି ମଧ୍ୟ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆବାସିକ ବିଦ୍ୟାଳୟ ଏବଂ ହଷ୍ଟେଲରେ ବିପର୍ଯ୍ୟୟ ସମୟରେ ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦେବାକୁ ପଡ଼ିବ। ଅନ୍ୟପକ୍ଷରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, କୃଷି ଓ କୃଷକ ସଶକ୍ତିକରଣ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, ବାଣିଜ୍ୟ ଓ ପରିବହନ ତଥା ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଊଷା ପାଢ଼ୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ୍ ମିଶ୍ରଙ୍କ ସମେତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଏବଂ ଅର୍ଥ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଆବାସିକ ବିଦ୍ୟାଳୟ ଓ ହଷ୍ଟେଲରେ ଅନ୍ତେବାସୀଙ୍କ ପାଇଁ ଉପଲବ୍ଧ ସୁବିଧା, ସେମାନଙ୍କର ସମସ୍ୟା ଓ ତାହାର ସମାଧାନ ଏବଂ ସୁରକ୍ଷା ଓ ନିରାପତ୍ତା ପ୍ରସଙ୍ଗରେ ରହିଥିବା ବ୍ୟବସ୍ଥା ସଂପର୍କରେ ଆଲୋଚନାରେ ଅଂଶଗ୍ରହଣ ପୂର୍ବକବ୍ୟବସ୍ଥାରେ ଅଧିକ ଉନ୍ନତି ପାଇଁ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

ବୈଠକରେ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ତରଫରୁ ସହାୟତା ପ୍ରଦାନ କରାଯାଉଥିବା ପ୍ରି-ମାଟ୍ରିକ୍ ସ୍ଲଲାରସିପ୍ ସହିତ ଚିକିତ୍ସା ଓ ସ୍ୱାସ୍ଥ୍ୟରକ୍ଷା, ପୋଷାକ ଏବଂ ଆନୁଷଙ୍ଗିକ ଖର୍ଚ୍ଚ ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା। ବିଭିନ୍ନ ବାବଦରେ ଅଦ୍ୟାବଧି ପ୍ରଦାନ କରାଯାଉଥିବା ଆର୍ôଥକ ସହାୟତାରେ ବୃଦ୍ଧି କରାଯିବାର ଆବଶ୍ୟକତା ଥିବା ବିଭାଗ ତରଫରୁ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ଅନ୍ତେବାସୀଙ୍କ ପାଇଁ ବ୍ୟାପକ ସ୍ୱାସ୍ଥ୍ୟ ଯତ୍ନ ବ୍ୟବସ୍ଥା, ସୁରକ୍ଷା ଓ ନିରାପତ୍ତା, ବିଭିନ୍ନଘଟଣା ସମ୍ପର୍କରେ ଶୀଘ୍ର ସୂଚନା ପାଇବା, ଜିଲ୍ଲାସ୍ତରୀୟ ତ୍ୱରିତ ରେସପନ୍ସ ବ୍ୟବସ୍ଥା, ପରିଚ୍ଛନ୍ନତା, ପରିମଳ, ସ୍ୱାସ୍ଥ୍ୟ ରକ୍ଷା, ପାଣି ପାଇପ୍ ମରାମତି କାର୍ଯ୍ୟ, ବୈଦ୍ୟୁତିକ ମରାମତି ଆଦି ଗୁରୁତ୍ୱପୂର୍ଣ୍ଣ ଏବଂ ଜରୁରୀ ଆବଶ୍ୟକତା ଭଳି ପ୍ରସଙ୍ଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବା ସହ ଏକ ଉତ୍ସର୍ଗୀକୃତ ହଷ୍ଟେଲ ମ୍ୟାନେଜମେଣ୍ଟ ବ୍ୟବସ୍ଥା ସମ୍ପର୍କରେ ବିଭାଗର ପ୍ରମୁଖ ଶାସନ ସଚିବ ଉପସ୍ଥାପନ କରିଥିଲେ। ଏ ସମସ୍ତ ପ୍ରସଙ୍ଗରେ ଅନ୍ୟ ସଚିବମାନେ ମତ ରଖିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking