ଭୁବନେଶ୍ବର: ବିଏମ୍ସି ଅଫିସରେ ବଢିଲା ସୁରକ୍ଷା । ଆଗକୁ ଏଭଳି ଘଟଣା ନଘଟେ ସେଥିପ୍ରତି ଦିଆଯିବ ଗୁରୁତ୍ବ । ଅତିରିକ୍ତ କମିସନରଙ୍କୁ ମାଡ଼ ମରା ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଏମସି କମିସନର ରାଜେଶ ପ୍ରଭାକର ପାଟିଲ । ମାଡ଼ ମରା ଘଟଣାକୁ ନିନ୍ଦା କରିବା ସହ ଆଜି ପ୍ରତିବାଦ କରୁଛନ୍ତି ବିଏମସି କର୍ମଚାରୀ । କଳା ବ୍ୟାଚ ପିନ୍ଧି ଘଟଣାକୁ ପ୍ରତିବାଦ କରିଛନ୍ତି । ଆଗକୁ ଏଭଳି ଘଟଣାର ପୁନରାବୃତ୍ତି ନହୁଏ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି । କର୍ମଚାରୀଙ୍କ ସୁରକ୍ଷା ପାଇଁ କାର୍ଯ୍ୟାଳୟର ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି । ଗତକାଲି ଭୁବନେଶ୍ବର ମହାନଗର ନିଗମର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଅଫିସ୍ ଚାମ୍ବର ଭିତରୁ ଘୋଷାଡ଼ି ଆଣି ବିଧା ଗୋଇଠା ମାରିଥିଲେ ।










