25.1 C
Bhubaneswar
Monday, March 23, 2026
Homeଓଡିଶାପୌର ଉପାଧ୍ୟକ୍ଷାଙ୍କ ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି

ପୌର ଉପାଧ୍ୟକ୍ଷାଙ୍କ ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି

ରାୟଗଡ଼ା: ବହୁ ଚର୍ଚ୍ଚିତ ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷଙ୍କ ଅନାସ୍ଥା ପ୍ରସ୍ତାବକୁ ନେଇ ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ଆଜି ଗଣତି ଶେଷ ହୋଇଛି।କିନ୍ତୁ ଫଳାଫଳକୁ ଘୋଷଣା କରାଯାଇନି। ଅନାସ୍ଥା ଆଣିଥିବା ୧୯ ଜଣ କାଉନସିଲର ଙ୍କ ଉପସ୍ଥିତିରେ ଆଜି ଭୋଟ ଗଣତି ହୋଇଥିଲା । ପରେ ବେଲଟ୍ ବକ୍ସକୁ କଡା ସୁରକ୍ଷା ମଧ୍ଯରେ ପୁଣିଥରେ ଜିଲ୍ଲା କୋଷାଗାରରେ ରଖାଯାଇଛି। ହାଇକୋର୍ଟଙ୍କ ନିର୍ଦେଶକୁ ପାଳନ କରିବା ପାଇଁ ବିଜେଡିର ୧୯ ଜଣ ଅସନ୍ତୁଷ୍ଟ କାଉନସିଲର ଜିଲ୍ଲାପାଳଙ୍କୁ ଭେଟି ଗଣତି କରିବା ପାଇଁ ଦାବୀ କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଆଜି ପୋୖର କାର୍ଯ୍ୟାଳୟ ପରିସରରେ ସକାଳ ୧୧ ଘଂଟିକା ସମୟରେ ଗଣତି ହୋଇଥିଲା। ତେବେ ଗଣତି ସମୟରେ ପୈର ଉପାଧକ୍ଷ୍ଯା ଶୁଭ୍ରା ପଣ୍ଡା ଉପସ୍ଥିତ ନଥିଲେ। ପ୍ରକାଶ ଥାଉକି ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ପୌର ପରିଷଦ ଉପାଧ୍ୟକ୍ଷ ଶୁଭ୍ରା ପଣ୍ଡା ଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଗତ ମାସ ୯ ତାରିଖରେ ଭୋଟ ଗ୍ରହଣ ହୋଇଥିଲା। ଏଥିରେ ରେ ୨୪ ଜଣ କାଉନସିଲର ଙ୍କ ଭିତରୁ ୨୧ ଜଣ କାଉନସିଲର ଅଂଶ ଗ୍ରହଣ କରି ଭୋଟ ଦାନ କରିଥିଲେ। ଅନାସ୍ଥା ପ୍ରସ୍ତାବ ବେଆଇନ୍ ଦର୍ଶାଇ ଶୁଭ୍ରା ପଣ୍ଡା ଉଚ୍ଚନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ । ଫଳରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଫଳାଫଳ ଘୋଷଣାକୁ ସ୍ଥଗିତ ରଖିବା ନେଇ ରାୟଗଡ଼ା ଉପିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ଜେନାଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଏହା ପରେ ଭୋଟ ଗଣତି କରାନଯାଇ ଭୋଟ ବାକ୍ସ କୁ ଜିଲ୍ଲା କୋଷଗାର ରେ ସଂରକ୍ଷିତ ରଖାଯାଇଥିଲା। ତେବେ ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପରେ ଫଳାଫଳ ଘୋଷଣା କରାଯିବ ବୋଲି ରାୟଗଡା ଉପଜିଲ୍ଲାପାଳ ରମେଶ କୁମାର ଜେନା ସୂଚନା ଦେଇଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking