ଜମ୍ମୁ: ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। କୁପୱାରରେ ସୁରକ୍ଷାକର୍ମୀ ଏନକାଉଣ୍ଟର କରିଥିବା ଜଣାପଡ଼ିଛି। ୨ରୁ ୩ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ଏନକାଉଣ୍ଟର କରାଯାଇଛି। ସୁରକ୍ଷାକର୍ମୀ ଓ ଆତଙ୍କବାଦଙ୍କ ମଧ୍ୟରେ ବର୍ତ୍ତମାନ ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି।