ଭୁବନେଶ୍ୱର: ଧଉଳି ଲିଙ୍ଗିପୁର ମେଳଣ ପଡିଆରୁ ମୃତଦେହ ମିଳିବା ଘଟଣାରେ ପର୍ଦ୍ଦାଫାସ ହୋଇଛି । ପ୍ରେମଜନିତ ଘଟଣାକୁ ନେଇ ହତ୍ୟାକାଣ୍ଡ ଥିଲା କହିଲେ ପୋଲିସ କମିଶନରେଟ । ମହିଳାଙ୍କ ଗଳିତ ମୃତଦେହ ମିଳିବାକୁ ନେଇ ତଦନ୍ତ ହୋଇଥିଲା । ଜାନୁଆରୀ ୧୦ ତାରିଖରେ ଖଣ୍ଡଗିରି ଥାନାରେ ଏକ ନିଖୋଜ ଏତଲା ହୋଇଥିଲା । ଜାନୁଆରୀ ୨୮ ରେ ଏକ ମୃତଦେହ ମିଳିବାକୁ ନେଇ ତଦନ୍ତ କରିଥିଲୁ । ମୃତ ମହିଳାଙ୍କ ମୋବାଇଲ କଲ ରେକର୍ଡରୁ ସବୁ ପ୍ରମାଣ ମିଳିଥିଲା । ଜଣେ ସିକ୍ୟୁରିଟି ଗାର୍ଡଙ୍କ ସହ ସମ୍ପର୍କରୁ ହତ୍ୟାକାଣ୍ଡ ଘଟିଥିଲା । ଆମେ ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡକୁ ଧରିବାରେ ସଫଳ ହୋଇଛୁ ।