11.1 C
Bhubaneswar
Friday, January 16, 2026
Homeଦେଶ ବିଦେଶଇସଲାମାବାଦରେ ଦୁଇ ମାସ ପାଇଁ ଲାଗିଲା ଧାରା ୧୪୪

ଇସଲାମାବାଦରେ ଦୁଇ ମାସ ପାଇଁ ଲାଗିଲା ଧାରା ୧୪୪

ଇସଲାମାବାଦ : ପାକିସ୍ତାନର ଶହବାଜ ସରକାରର ଅଧିକାରୀମାନେ ଜେଲ୍‌ର ବନ୍ଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟିର ପ୍ରଦର୍ଶନର ଯୋଜନାକୁ ନଜରରେ ରଖି ରାଜଧାନୀ ଓ ଆଖପାଖ ଅଞ୍ଚଳରେ ପାଞ୍ଚ ଜଣ କିମ୍ୱା ଏହାଠାରୁ ଅଧିକ ଲୋକଙ୍କ ଜମା ହେବା ଏବଂ ସବୁ ପ୍ରକାରର ସଭା ଉପରେ ଦୁଇ ମାସ ପାଇଁ ରୋକ୍ ଲଗେଇଛନ୍ତି। ପାକିସ୍ତାନ ତହରିକ-ଏ-ଇନସାଫ (ପିଟିଆଇ) ଗତ ସପ୍ତାହରେ ଘୋଷଣା କରିଥିଲା ଯେ, ବର୍ଷକରୁ ଅଧିକ ସମୟରୁ ଜେଲରେ ବନ୍ଦୀ ଥିବା ଏହାର ସଂସ୍ଥାପକ ଇମ୍ରାନ ଖାନଙ୍କୁ ମୁକ୍ତ କରିବା ଉପରେ ସରକାରଙ୍କୁ ବାଧ୍ୟ କରିବା ପାଇଁ, ୨୪ ନଭେମ୍ୱରରେ ଇସଲାମାବାଦରେ ବିରୋଧ ପ୍ରଦର୍ଶନ କରାଯିବ। ସଂଘୀୟ ସରକାର ଏହା ପରେ ଇସଲାମାବାଦରେ ଧାରା ୧୪୪ ଲଗାଇଛି , ଯାହା ଅନୁସାରେ ଲୋକଙ୍କ ଜମା ହେବା ଉପରେ ପ୍ରତିବନ୍ଧକ ରହିଛି।

ଇସଲାମାବାଦର ଜିଲ୍ଲା ମାଜିଷ୍ଟ୍ରେଟ୍ ଉସମାନ ଅଶରଫଙ୍କ କାର୍ଯ୍ୟାଳୟ ଦ୍ୱାରା ସୋମବାର ଜାରି ବିଭିନ୍ନ ଅଧିସୂଚନା ଗୁଡ଼ିକର ଅନୁସାରେ, ଧାରା ୧୪୪ ଲାଗୁ କରି ଦିଆ ଯାଇଛି , କାରଣ ସମାଜର କିଛି ତତ୍ତ୍ୱ ବେଆଇନ ଉପାୟରେ ଜମା ହେବାର ଯୋଜନା ଗଠନ କରୁଛନ୍ତି , ଯେଉଁଥିର ସାର୍ବଜନିକ ଶାନ୍ତି ଭଙ୍ଗ ହୋଇପାରେ। ଅଧିସୂଚନା ଅନୁସାରେ ୫ ଜଣ ବା ଏହାଠାରୁ ଅଧିକ ଲୋକଙ୍କୁ ସାର୍ବଜନିକ ସମାରୋହରେ ପ୍ରତିବନ୍ଧକ ଲାଗିଛି। କାରଣ ସେମାନେ ସାର୍ବଜନିକ ଶାନ୍ତି ଓ ସୌହାର୍ଦ୍ଦକୁ ବିପଦରେ ପକାଇ ପାରନ୍ତି, ମାନବ ଜୀବନ ଓ ସୁରକ୍ଷାକୁ ବିପଦରେ ପକାଇ ପାରନ୍ତି। ସାର୍ବଜନିକ ସଂପତ୍ତି ପାଇଁ ବିପଦ ସୃଷ୍ଟି କରିପାରନ୍ତି ଏବଂ ଇସଲାମାବାଦ ଜିଲ୍ଲାର ରାଜସ୍ୱ / କ୍ଷେତ୍ରୀୟ ସୀମା ଗୁଡିକ ଭିତରେ ସାଂପ୍ରଦାୟିକ ଦଙ୍ଗା ସହ ଦଙ୍ଗା ବା ମାରିପିଟିର କାରଣ ହୋଇପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking