21.1 C
Bhubaneswar
Saturday, February 7, 2026
Homeଓଡିଶାମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର : ଆଜିଅପରାହ୍ଣରେ ମୁଖ୍ୟ ଶାସନ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗତମାର୍ଚ୍ଚ ମାସ ୧୧ ତାରିଖରେ ଅନୁଷ୍ଠିତ ସଚିବସ୍ତରୀୟବୈଠକରେ ନିଆଯାଇଥିବା ବିଭିନ୍ନ ନିଷ୍ପତ୍ତିର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରାଯାଇଥିଲା। ଜନସାଧାରଣଙ୍କୁ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ କରିବାରେ ରାଜ୍ୟ ସରକାରଙ୍କ ଯେଉଁ ପ୍ରତିବଦ୍ଧତା ରହିଛି, ତାହାକୁ ଦୃଷ୍ଟିରେ ରଖି ବିଭାଗମାନେ ବିଭାଗୀୟ କାର୍ଯ୍ୟ ନିଷ୍ଠାର ସହ ସମ୍ପାଦନ ପାଇଁ ପ୍ରୟାସ ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ବୈଠକରେ ଗୁରୁତ୍ୱ ଦେଇଥିଲେ । ବୈଠକରେ ଆର୍ଥିକ ବର୍ଷ ୨୦୨୪-୨୫ ସୁଦ୍ଧା ବିଭିନ୍ନ ବିଭାଗର ଖର୍ଚ୍ଚ ପ୍ରତିଶତ ସମୀକ୍ଷା କରାଯାଇଥିଲା ।୨୦୨୫-୨୬ଆର୍ଥିକବର୍ଷରେ ବିଭିନ୍ନ ବିଭାଗ ପାଇଁ ବଜେଟ୍ ପ୍ରାବଧାନ ଅନୁସାରେ ଅର୍ଥ ବ୍ୟବହାର ସୁନିଶ୍ଚିତ କରିବା ପାଇଁ ବାର୍ଷିକ କାର୍ଯ୍ୟଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ୨୦୨୪-୨୫ ବର୍ଷରେ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତି ବାବଦରେ କରାଯାଇଥିବା ଖର୍ଚ୍ଚଓ ବିନିଯୋଗ ପ୍ରମାଣପତ୍ର ପ୍ରଦାନକୁ ଗୁରୁତ୍ୱ ଦିଆଯାଇ ଥିଲା ।

ବୈଠକରେ ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା-ଭିଜନ ୨୦୩୬ ଓ ୨୦୪୭ ପ୍ରସଙ୍ଗରେ ଆଲୋଚନା କରାଯାଇ ବିଭିନ୍ନ ବିଭାଗର ପ୍ରମୁଖ ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇଥିଲା। ବିଭିନ୍ନ ନିର୍ମାଣ କାର୍ଯ୍ୟ ସମ୍ବନ୍ଧରେ ସୂଚନା ଉପଲବ୍ଧି ହେବା ପାଇଁ ୱାର୍କ ପାସବୁକ୍ ବ୍ୟବସ୍ଥା କାର୍ଯ୍ୟକାରୀ ଅଗ୍ରଗତି ସଂପର୍କରେ ଆଲୋଚନା, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ଜଳ ସମ୍ପଦ ବିଭାଗ ସହଯୋଗରେ ପାନୀୟ ଜଳ ଓ ଏଲ୍ଆଇ ପଏଣ୍ଟରେ ପାଇପ୍ଯୋଗେ ଜଳସେଚନ ବ୍ୟବସ୍ଥାର ରିଅଲଟାଇମ୍ମନିଟରିଂ ପାଇଁ ଏକ କେନ୍ଦ୍ରୀୟ ବ୍ୟବସ୍ଥା ବିକଶିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପର ଅଗ୍ରଗତି, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟିବି ଭାଗ ଦ୍ୱାରା ଅନୁସୂଚିତ ଜନଜାତି , ଅନୁସୂଚିତ ଜାତି ଉନ୍ନୟନ , ସଂଖ୍ୟା ଲଘୁ ଓ ଅନ୍ୟାନ୍ୟ ପଛୁଆ ବର୍ଗ କଲ୍ୟାଣ ବିଭାଗର ଷ୍ଟାଫ୍କ୍ୱାର୍ଟର୍ସ ସମେତ ବିଦ୍ୟାଳୟ ଏବଂ ହଷ୍ଟେଲ ବିଲ୍ଡିଂର ଆସେଟ୍ମ୍ୟାନେଜମେଣ୍ଟ ପାଇଁ ଏକ ପୋର୍ଟାଲ ବିକଶିତ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରାଯାଇଥିଲା । ଜନ ଶୁଣାଣି ପ୍ରକ୍ରିୟାର ସୁବ୍ୟବସ୍ଥା, ଅଭିଯୋଗ ସମାଧାନ ପ୍ଲାଟ ଫର୍ମରରି-ଇଞ୍ଜିନିୟରିଂ ପୂର୍ବକ ଏହାର ଦକ୍ଷତା, ଉପଲବ୍ଧତା ଏବଂ ଫଳ ପ୍ରଦତାରେ ଉନ୍ନତି ଆଣିବା ଓ ପ୍ରକ୍ରିୟାକୁ ଅଧିକ ସୁବ୍ୟବସ୍ଥିତ କରିବା, ଆରମ୍ଭ ହେବାକୁ ଥିବା ସିଟିଜେନ୍ଫିଡ ବ୍ୟାକ୍ମ୍ୟାନେଜମେଣ୍ଟ ସିଷ୍ଟମ ପୋର୍ଟାଲ ପାଇଁ ପ୍ରସ୍ତୁତି ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking