ଭୁବନେଶ୍ୱର: ଅଯୋଗ୍ୟ ଓ ଅପାରଗ ଅଧିକାରୀ ଓ କର୍ମଚାରୀଙ୍କୁ ଚିହ୍ନଟ କର । ଶୀଘ୍ର ସେମାନଙ୍କୁ ତଡ । ବାଧ୍ୟତାମୂଳକ ଅବସର ଦେଇ ବିଦା କର । ସଚିବସ୍ତରୀୟ ବୈଠକରେ ପ୍ରତି ବିଭାଗକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସମ ସଚିବ । ମଙ୍ଗଳବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ବସିଥିଲା । ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କ କାଯ୍ୟକୁ ବିଭାଗର ବିଭିନ୍ନ ସ୍ତରରେ ସମୀକ୍ଷା କରାଯିବା ନେଇ ବୈଠକରେ ଗୁରୁତ୍ୱ ଦିଆଯାଇଛି । କାମରେ ଖିଲାପ କରୁଥିବା କର୍ମଚାରୀ ଓ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ନେଇ କୁହାଯାଇଛି । ଓଡିଶଆ ଭିଜନ ଡକ୍ୟୁମେଣ୍ଟକୁ କାଯ୍ୟକାରୀ ଦ୍ୱାରା ସମନ୍ୱୟ ଓ କାଯ୍ୟନ୍ୱୟ ନେଇ ବୈଠକରେ ପରାମର୍ଶ ଦିଆଯାଇଛି । ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ବିଦ୍ୟାଳୟ ଗସ୍ତ କରି ସେସବୁର ପରିଚାଳନା ଓ ସ୍ଥିତି ଅନୁଧ୍ୟାନ କରିବାକୁ କୁହାଯାଇଛି । ସରକାରୀ କର୍ମଚାରୀଙ୍କ ବିପକ୍ଷରେ ବିଭାଗୀୟ ଶୃଙ୍ଖଳାଗତ କାଯ୍ୟାନୁଷ୍ଠାନ ଥିଲେ , ତାହାର ସୂଚନା ଏଚଆରଏମଏସ ପୋର୍ଟାଲରେ ପ୍ରଦର୍ଶିତ କରାଇବାକୁ କୁହାଯାଇଛି । ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ , ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ , ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସମେତ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ ।










