ପୁରୀ: ଅଣସରରେ ମହାପ୍ରଭୁ । ପବିତ୍ର ଦେବସ୍ନାନ ପୂଣ୍ଣିମାରେ ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଜ୍ୱରରେ ପୀଡିତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପହଣ୍ଡି ଶେଶ ହୋଇଥିଲା । ଅଣସର ଘରେ ମହାବାହୁ ଜ୍ୱରରେ ପୀଡିତ ଅଛନ୍ତି । ଶ୍ରୀମସ୍ତକରୁ ରାହୁ ରେଖା ବଂଶ ବଣ୍ଣ ଚିତା ଲାଗି କରାଯାଇଥିଲା । ସେପଟେ ସକାଳୁ ସକାଳୁ ପତିଦିଅଁ ଶ୍ରୀମନ୍ଦିରରେ ପାଟ ପଟୁଆରରେ ଚିତ୍ରଶିଳ୍ପୀଙ୍କ ଘରେ ପ୍ରବେଶ କରିଛନ୍ତି । ଶ୍ରୀ ଜଗନ୍ନାଥଙ୍କ ରୂପରେ ଅନନ୍ତ ନାରାୟଣ ବଡ ଠାକୁର ଶ୍ରୀ ବଳଭଦ୍ରଙ୍କ ରୂପରେ ଅନନ୍ତ ବାସୁଦେବ ଏବଂ ମା ସୁଭଦ୍ରା ଙ୍କ ରୂପରେ ମା ଭୁବନେଶ୍ୱରୀଙ୍କ ରୂପରେ ଦଶ ଅବତାର ଠାକୁର ପୂଜା ପାଆନ୍ତି । ଅଣସର ପତିଦିଅଁ ଜୟବିଜୟ ନିକଟରେ ପୂଜା ପାଆନ୍ତି ।