ନୂଆଦିଲ୍ଲୀ: ଆଜି ସଂସଦ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଲୋକସଭାର ବାଚସ୍ପତି ଓମ ବିର୍ଲାଙ୍କ ବିରୁଦ୍ଧରେ ବିରୋଧୀ ଦଳ ଦ୍ୱାରା ସମର୍ଥିତ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ । ୧୧୮ ଜଣ ସାଂସଦଙ୍କ ଦ୍ୱାରା ସ୍ୱାକ୍ଷରିତ ଅନାସ୍ଥା ପ୍ରସ୍ତାବ ବିରୋଧୀ ରଖିଥିଲେ । ଓମ ବିର୍ଲାଙ୍କ ବିରୁଦ୍ଧରେ ନୋଟିସ ଦାଖଲ ପରେ ଗୃହର ଅଧ୍ୟକ୍ଷତା କରିବାକୁ ନିଜେ ସେ ଓହରି ଯାଇଥିଲେ । ମାମଲାର ନିଷ୍ପତ୍ତି ହେବା ପରେ ହିଁ ସେ ପୁନର୍ବାର ଅଧ୍ୟକ୍ଷ ପଦ ଗ୍ରହଣ କରିବେ ବୋଲି ଆଶା କରାଯାଉଛି । ସେପଟେ ବାଚସ୍ପତି ଗୃହ ପରିଚାଳନା କରିବା ସମୟରେ ସମ୍ବିଧାନ ଏବଂ ସଂସଦୀୟ ଗଣତନ୍ତ୍ରର ରୀତିକୁ ବଜାୟ ରଖିଛନ୍ତି ବୋଲି କହିଛନ୍ତି ସରକାର । ତା ସହିତ ପଶ୍ଚିମ ଏସିଆରେ ଆମେରିକା ଇସ୍ରାଏଲ – ଇରାନକୁ ନେଇ ବୃଦ୍ଧି ପାଉଥିବା ସଂଘର୍ଷ ମଧ୍ୟ ସଦନ୍ୟ କାର୍ଯ୍ୟ ପନ୍ଥା ଉପରେ ବେଶ କିଛି ପ୍ରବାବ ପକାଇପାରେ । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଏକ ବିବୃତ୍ତି ରଖିପାରନ୍ତି । ବିରୋଧୀ ଦଳ ଏ ବିଷୟରେ ପୂର୍ଣ୍ଣାଙ୍ଗ ଆଲୋଚନା ପାଇଁ ଦାବି କରିଛନ୍ତି । ଆଜିଠୁ ଏପ୍ରିଲ ୨ ଯାଏଁ ଚାଲିବ ବଜେଟ ଅଧିବେଶନ ।










