17.1 C
Bhubaneswar
Tuesday, February 3, 2026
Homeଖେଳଦ୍ୱିତୀୟ ଦିନିକିଆ: କୋହଲିଙ୍କ କ୍ରମାଗତ ଶତକ

ଦ୍ୱିତୀୟ ଦିନିକିଆ: କୋହଲିଙ୍କ କ୍ରମାଗତ ଶତକ

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଆଜି ଦ୍ୱିତୀୟ ଦିନିକିଆ ରାୟପୁରର ସହିଦ ବୀର ନାରାୟଣ ସିଂହ ଷ୍ଟାଡିୟମ୍‌ରେ ଖେଳାଯାଉଛି। ଟସ୍ ଜିତି ଦକ୍ଷିଣ ଆଫ୍ରିକା ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା, ବ୍ୟାଟିଂ କରୁଛି ଭାରତ। ଏହି ସମୟରେ ବିରାଟ କୋହଲିଙ୍କ କ୍ରମାଗତ ଦ୍ୱିତୀୟ ଶତକ ପୂରଣ କରିଛନ୍ତି। ଦିନିକିଆରେ ୫୩ ତମ ଶତକ ମାରିଲେ କିଙ୍ଗ କୋହଲି। ଅନ୍ତର୍ଜାତୀୟ କ୍ୟାରିୟରରେ କୋହଲିଙ୍କ ୮୪ତମ ଶତକ। ୭ ଚୌକା ଓ ୨ ଛକା ସହ ୯୦ ବଲରୁ ଶତକ ପୂରଣ କଲେ କୋହଲି। ଏହା ପୂର୍ବରୁ ଗାୟକୱାଡ ତାଙ୍କର ପ୍ରଥମ ଦିନିକିଆ ଶତକ ହାସଲ କରି ଭାବପ୍ରବଣ ହୋଇଥିଲେ। ରୁତୁରାଜ ଗାୟକୱାଡ ୧୦୫ ରନ୍ କରି ୩୬ତମ ଓଭରରେ ମାର୍କୋ ଜାନସେନର ବଲରେ ଟୋନି ଡି ଜିଓର୍ଜିଙ୍କ ଦ୍ୱାରା କ୍ୟାଚ୍ ହୋଇ ଆଉଟ୍ ହୋଇଥିଲେ। ଟିମ୍ ଇଣ୍ଡିଆ ୪୦ ଓଭରରେ ୪ ୱିକେଟ୍ ହରାଇ ୨୮୪ ରନ୍ କରିଛି। ବିରାଟ କୋହଲି ୧୦୨ ରନ୍ କରି ଆଉଟ୍ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking