ପୁରୀ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ରତ୍ନ ଅଳଙ୍କାର ଗଣତିମଣତି କେବେ ହେବ ତା ଉପରେ ହେବ ବିସ୍ତୃତ ଆଲୋଚନା । ଅସ୍ଥାୟୀ ରତ୍ନଭଣ୍ଡାରରୁ ସ୍ଥାୟୀ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର କରାଯାଇଛି । ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ଉପରେ ହେବ ଆଲୋଚନା । ନାଟମଣ୍ଡପରେ ଦର୍ଶନ ପାଇଁ କାଠ ରାମ୍ପକୁ ଦେଖିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ପରିଚାଳନା କମିଟିର ସଦସ୍ୟ । ଶ୍ରୀମନ୍ଦିର ସୁରକ୍ଷା ନେଇ ମଧ୍ୟ ହେବ ଆଲୋଚନା । ପ୍ରକଳ୍ପ ସାଂସ୍କୃତିକ ଏବଂ ବୈଷୟିକ ସବକମିଟିର ବିବରଣୀ ଉପରେ ହେବ ଆଲୋଚନା । ଶ୍ରୀମନ୍ଦିର ସହ ଜଡିତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ହେବ ଆଲୋଚନା ।










