30.1 C
Bhubaneswar
Saturday, February 14, 2026
Homeଓଡିଶାଓଡ଼ିଆ ବିଶ୍ବବିଦ୍ୟାଳୟର ଦ୍ବିତୀୟ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ଓଡ଼ିଆ ବିଶ୍ବବିଦ୍ୟାଳୟର ଦ୍ବିତୀୟ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ପୁରୀ: ପୁରୀ ସାକ୍ଷୀଗୋପାଳ ସ୍ଥିତ ଓଡ଼ିଆ ବିଶ୍ବବିଦ୍ୟାଳୟର ଦ୍ବିତୀୟ ପ୍ରତିଷ୍ଠା ଦିବସ ପ୍ରଶାସନିକ ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସଭାରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ ଓଡ଼ିଆ ବିଶ୍ବବିଦ୍ୟାଳୟକୁ ଏକ ପ୍ରୟୋଗଶାଳାରେ ପରିଣତ କରିବାକୁ ହେବ ବୋଲି କହିବା ସହିତ ଏହାର ବିକାଶ ନିମନ୍ତେ ୧୧୫ କୋଟି ଟଙ୍କା ଅନୁମୋଦିତ ହୋଇଥିବା ସୂଚନା ସୂଚନା ଦେଇଛନ୍ତି।ଉତ୍ସବରେ କୁଳପତି ପ୍ରଫେସର ଶତ୍ରୁଘ୍ନ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର,ମୁଖ୍ୟବକ୍ତା ଭାବେ ପ୍ରଫେସର ଦାଶରଥି ଭୂୟାଁ ଯୋଗଦେଇଥିଲେ।ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ଅର୍ଜନ କରିଥିବା ଓଡ଼ିଶାର ପାଞ୍ଚଜଣ ବରିଷ୍ଠ ବ୍ୟକ୍ତିତ୍ବଙ୍କୁ ପଞ୍ଚସଖା ସମ୍ମାନରେ ସମ୍ମାନିତ କରାଯାଇଥିଲା।ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ସହିତ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ମଧ୍ୟ ବିତରଣ କରାଯାଇଥିଲା।କୁଳପତି ନିଜ ଅଭିବ୍ୟକ୍ତିରେ ଗୋପବନ୍ଧୁଙ୍କ ସତ୍ୟ ଓ ଆଦର୍ଶ ଦ୍ବାରା ପ୍ରତ୍ୟେକ ଛାତ୍ରଛାତ୍ରୀ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ।କୁଳସଚିବ ରଶ୍ମିରେଖା ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ।ପ୍ରତିଷ୍ଠା ଦିବସ ଉପଲକ୍ଷେ ସତ୍ୟବାଦୀ ଖାଦ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ହଜିଯାଉଥିବା ପାରମ୍ପରିକ ଖାଦ୍ୟ ଓ ସ୍ବାଦର ସମ୍ଭାର ସମ୍ପର୍କରେ ସ୍ଥାନୀୟ ଜନସାଧାରଣଙ୍କୁ ବୁଝାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking