ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଆଜି ଦ୍ୱିତୀୟ ଦିନିକିଆ ରାୟପୁରର ସହିଦ ବୀର ନାରାୟଣ ସିଂହ ଷ୍ଟାଡିୟମ୍ରେ ଖେଳାଯାଉଛି । ଟସ୍ ଜିତି ଦକ୍ଷିଣ ଆଫ୍ରିକା ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି, ବ୍ୟାଟିଂ କରିବ ଭାରତ । ଏହା ଭାରତୀୟ ଦଳର ଲଗାତାର ୨୦ ତମ ଦିନିକିଆ ଟସ୍ ପରାଜୟ । ପୂର୍ବରୁ ରାୟପୁରରେ ଭାରତ କୌଣସି ଦିନିକିଆ ହାରିନାହିଁ । ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ । ଅନ୍ୟପଟେ, ଦକ୍ଷିଣ ଆଫ୍ରିକାର ଅଧିନାୟକ ଟେମ୍ବା ବାଭୁମା, ଯିଏ ପ୍ରଥମ ଦିନିକିଆରେ ସାମିଲ ନଥିଲେ ଦ୍ୱିତୀୟ ଦିନିକିଆରେ ଫେରିଛନ୍ତି । ଦକ୍ଷିଣ ଆଫ୍ରିକା ଦଳରେ ତିନୋଟି ପରିବର୍ତ୍ତନ ହୋଇଛି। ବାଭୁମାଙ୍କ ବ୍ୟତୀତ, କେଶବ ମହାରାଜ ଏବଂ ଲୁଙ୍ଗି ଏନଗିଡି ଫେରିଛନ୍ତି ।










