ଭୁବନେଶ୍ୱର: ଟୁଇନ ସିଟିରେ ଭିଡ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । କହିଛନ୍ତି, ତ୍ରିଶୁଳିଆରେ ନିର୍ମାଣ ହେବ ଦ୍ୱିତୀୟ ବ୍ରିଜ, ବ୍ୟୟବରାଦ ହେବ ୨୯୭ କୋଟି ଟଙ୍କା । ଏନେଇ ବିଧାନସଭାରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଲିଖିତ ଉତ୍ତର ରଖିଛନ୍ତି । ଟେଣ୍ଡର ପ୍ରକ୍ରିୟା ଜାରି ରହିଛି । ୩୬ ମାସରେ ଶେଷ ହେବ ନିର୍ମାଣ କାମ ।










