ଭୁବନେଶ୍ୱର: ଉପାସନାଙ୍କ ପାଇଁ ବାହାରିଲେ ବିଜେପି ବିଧାୟକ ପ୍ରକାଶ ସେଠୀ । ଉପାସନାଙ୍କ ଭୋଟ ଓଭର ରାଇଟ ହୋଇଥିଲା । ନିର୍ବାଚନ କମିସନଙ୍କ ରୁଲ ଅନୁଯାୟୀ, ୨ୟ ବାଲଟ ପେପର ଇସ୍ୟୁ ହୋଇଥିଲା । ଯଦି ଏଜେଣ୍ଟ ଦେଖାଇ ନଥିବେ ତେବେ ବାଲଟ ପେପର ନେଇପାରିବେ । ଉପାସନା ଏଜେଣ୍ଟଙ୍କୁ ବାଲଟ ଦେଖାଈଇନଥିବାରୁ ୨ୟ ବାଲଟ ଇସ୍ୟୁ ହୋଇଥିଲା । ଉପାସନା ଯେତେବେଳେ ଭୋଟ ଦେଇଥିଲେ ସେତେବେଳେ ଓଭର ରାଇଟି ହୋଇଯାଇଥିଲା । ଏନେଇ ସେ ଦ୍ୱିତୀୟ ବାଲଟ ପେପର ମାଗିଥିଲେ ।ହେଲେ ବିରୋଧୀ ଦଳ, କଂଗ୍ରେସ ବିଜେଡିର ଏଜେଣ୍ଟ ଏହାକୁ ବିରୋଧ କରିବା ସହ ନବୀନ ପଟ୍ଟନାୟକ ଉପସନାଙ୍କ ବିରୋଧରେ ତ୍ରୁଟି ଅଭିଯୋଗ ଆଣିବା ସହ ଏହା ଗଣତାନ୍ତ୍ରିକ ବ୍ୟବସ୍ଥାର ବିରୋଧ । ନିର୍ବାଚନ ଆଇନର ଉଲ୍ଲଙ୍ଘନ କରାଯାଇଛି କହିଛନ୍ତି ନବୀନ ।










