17.1 C
Bhubaneswar
Friday, February 13, 2026
Homeଓଡିଶାଦଶରଥପୁର ବ୍ଲକ ଉତ୍କଳ ସାମ୍ବାଦିକ ସଂଘର ଦ୍ୱିତୀୟ ବାର୍ଷିକ ଉତ୍ସବ

ଦଶରଥପୁର ବ୍ଲକ ଉତ୍କଳ ସାମ୍ବାଦିକ ସଂଘର ଦ୍ୱିତୀୟ ବାର୍ଷିକ ଉତ୍ସବ

ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଉତ୍କଳ ସାମ୍ବାଦିକ ସଂଘର ଦ୍ୱିତୀୟ ବାର୍ଷିକ ଉତ୍ସବ ଓ ସମସ୍ୟା ଘେରରେ ଗ୍ରାମାଞ୍ଚଳ ସାମ୍ବାଦିକତା ଶୀର୍ଷକ ଆଲୋଚନା ଚକ୍ର ମଙ୍ଗଳପୁର ବଜାରସ୍ଥିତ ଥାଲକୁଡ଼ି ବିଜୁ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଦଶରଥପୁର ବ୍ଲକ ଉତ୍କଳ ସାମ୍ବାଦିକ ସଂଘର ସଭାପତି ଜୟପ୍ରକାଶ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ବିଂଝାରପୁର ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଆଲୋଚନା ଚକ୍ରରେ ମୁଖ୍ୟ ବକ୍ତାଭାବେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ରୋଟାରୀଆନ ବିଭୁତି ଭୂଷଣ କର, ବିଶିଷ୍ଠ ଅତିଥିଭାବେ ଯାଜପୁର ବିଧାୟିକା ସୁଜାତା ସାହୁ, ସମ୍ମାନିତ ଅତିଥି ରୂପେ ପ୍ରାକ୍ତନ ଜିଲ୍ଲା ପରିଷଦ ସଭାପତି ଗୌତମ ରାୟ, ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ, ଜିଲ୍ଲା ସଭାପତି ହରିହର ସ୍ୱାଇଁ, ଜିଲ୍ଲା ସାଧାରଣ ସମ୍ପାଦକ ପବିତ୍ର ରଞ୍ଜନ ମହାନ୍ତି, ବରିଷ୍ଠ ସାମ୍ବାଦିକ ବିଶ୍ୱଜିତ ମିଶ୍ର ପ୍ରମୁଖ ଯୋଗଦେଇ ସାମ୍ବାଦିକ ସଂଘର ନେତାମାନେ ସରକାରଙ୍କ ପକ୍ଷରୁ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସାମାଜିକ ଏବଂ ଅର୍ଥ ନୈତିକ ସୁରକ୍ଷା ପ୍ରଦାନ ପାଇଁ ଦାବି ଉପସ୍ଥାପନ କରିଥିଲେ । ସାମ୍ବାଦିକ ସୁରକ୍ଷା ଆଇନ, ପେନସନ ପ୍ରଦାନ, ଅଧିସ୍ୱୀକୃତି କମିଟି ଗଠନ ପୂର୍ବକ ରାଜ୍ୟର ସାମ୍ବାଦିକ ମାନଙ୍କୁ ମାନ୍ୟତା ପ୍ରଦାନ କରିବାରେ ବିଳମ୍ବ ହେଲେ ସଙ୍ଘ ଆନ୍ଦୋଳନକୁ ଓଲ୍ହାଇବ ବୋଲି ମଞ୍ଚରେ ସଂଘର ନେତା ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ହସନାବାଦ ପଞ୍ଚାୟତର ଯୁବ ସରପଞ୍ଚ ଅଜୟ କୁମାର ମଲ୍ଲିକଙ୍କୁ ସମାଜସେବା ପାଇଁ, ସଫଳ ଓ ଉତ୍ତମ ଚାଷୀ ଭାବେ ସମରେନ୍ଦ୍ର ପରିଡା, ଗୀତିକାର ତଥା ଶିକ୍ଷାବିତ ପାଇଁ ଶିକ୍ଷକ ବିପିନ ବିହାରୀ ରାୟ ଓ ନୃତ୍ୟ ପାଇଁ ମିହିର ମଲ୍ଲିକଙ୍କୁ ଉପସ୍ଥିତ ଅତିଥି ମାନେ ମାନପତ୍ର ଓ ଉପଢୌକାନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ କର୍ମକର୍ତ୍ତାଙ୍କ ସମେତ ବହୁ ଶିକ୍ଷକ, ବୁଦ୍ଧିଜୀବୀ ଓ ଲୋକପ୍ରତିନିଧି ମାନେ ଯୋଗଦେଇଥଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking