17.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶ୧୨ କଂପାନି ଉପରେ କଟକଣା ଲଗାଇଲା ସେବି

୧୨ କଂପାନି ଉପରେ କଟକଣା ଲଗାଇଲା ସେବି

ନୂଆଦିଲ୍ଲୀ: ଆର୍ଥିକ ଅନିୟମିତତା ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ୧୨ଟି କଂପାନିଙ୍କ ପାଇଁ କଟକଣା ଲାଗୁ କରିଛି। ଅନିୟମିତତା ପଦାକୁ ଆସିବା ପରେ ଆସନ୍ତା ପାଞ୍ଚ ବର୍ଷ ପାଇଁ ଏହି ସଂସ୍ଥାଗୁଡ଼ିକୁ ସେବିରୁ ବାଦ ଦିଆଯାଇଛି। ଏହା ସହିତ ସଂପୃକ୍ତ କଂପାନିଗୁଡ଼ିକ ଉପରେ ୯୦ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି। ସେହିପରି ଅସାଧୁ ଅର୍ଥ କାରବାର ମାଧ୍ୟମରେ୧.୦୭ କୋଟିର ଅହେତୁକ ଲାଭ କରିଥିବାରୁ ସଂସ୍ଥାଗୁଡ଼ିକ ସୁଧ ସହ ତାହା ସେବିକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମଙ୍ଗଳ କେଶବ ଫାଇନାନ୍‌ସିଆଲ୍‌ ସର୍ଭିସ୍‌ ଓ ଏହାର କିଛି ଡିଲରଙ୍କୁ ମିଶାଇ ୧୨ଟି ସଂସ୍ଥା ଉପରେ ଏହି କଟକଣା ଜାରି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking