30.1 C
Bhubaneswar
Saturday, September 28, 2024
Homeଓଡିଶାଅଟୋକୁ ପଛ ପଟୁ ଧକ୍କା ଦେଲା ସ୍କର୍ପିଓ ; ଅଟୋ ଚାଳକ ଗୁରୁତର

ଅଟୋକୁ ପଛ ପଟୁ ଧକ୍କା ଦେଲା ସ୍କର୍ପିଓ ; ଅଟୋ ଚାଳକ ଗୁରୁତର

ବାଲେଶ୍ଵର : ଅଟୋକୁ ପଛ ପଟୁ ଧକ୍କା ଦେଇଛି ସ୍କର୍ପିଓ । ଆଜି ସକାଳେ ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକରେ ଥିବା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ନିକଟରେ ଘଟିଛି ସଡ଼କ ଦୁର୍ଘଟଣା । ଯାହାଫଳରେ ଚାଳକ ସହ ଜଣେ ମହିଳା ଆହତ ହୋଇଥିବାବେଳେ ଅଟୋ ଚାଳକ ଗୁରୁତର ରହିଛନ୍ତି । ସୂଚନା ଅନୁସାରେ, ଅଟୋଟି ଜଣେ ମହିଳାଙ୍କୁ ନେଇ କମର୍ଦ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆସୁଥିବା ସମୟରେ ଏକ ଦ୍ରୁତଗାମୀ ସ୍କର୍ପିଓ ଅଟୋ ପଛ ପଟୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଆହତଙ୍କୁ କମର୍ଦ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଏବଂ ଅଟୋ ଚାଳକ ଗୁରୁତର ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍କର୍ପିଓ ଚାଳକକୁ ଅଟକ ରଖିବା ସହିତ ଗାଡ଼ିକୁ ଜବତ କରିଛି ।ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking