30.1 C
Bhubaneswar
Wednesday, January 21, 2026
Homeଦେଶ ବିଦେଶସ୍କୁଟି- ବସ ଧକ୍କା: ୩ ମୃତ

ସ୍କୁଟି- ବସ ଧକ୍କା: ୩ ମୃତ

ନୂଆଦିଲ୍ଲୀ: ସ୍କୁଟି- ବସ ଧକ୍କାରେ ୩ ମୃତ । ତାମିଲନାଡୁର କରୁର ଜିଲ୍ଲାର ଲାଲାପେଟାଇ ନିକଟରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ପରିବାରର ତିନି ସଦସ୍ୟଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଶିଶୁ ମଧ୍ୟ ରହିଛି । ଦୁର୍ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବସଟି ଦ୍ରୁତ ଗତିରେ ଆସି ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ସ୍କୁଟିରେ ବସିଥିବା ସଦସ୍ୟମାନେ ଛିଟକି ହୋଇ ପଡିଥିଲେ । ଦୁର୍ଘଟଣା ଏତେ ଜୋର ଥିଲା ଯେ, ଘଟଣାସ୍ଥଳରେ ହିଁ ୩ ଜଣଙ୍କର ପ୍ରାୟବାୟୁ ଉଡି ଯାଇଥିଲା । ଟ୍ରକ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଥିଲେ। ସୂଚନାପାଇ ଅଗ୍ନିଶମ ବାହିନୀ, ପୋଲିସ ପହଞ୍ଚି ଘଟଣାସ୍ଥଳରୁ ମୃତଦେହ ଜବତ କରିଛି । ସ୍ଥାନୀୟ ଜାଗାରେ ଉତ୍ତେଜନା ମଧ୍ୟ ଦେଖାଦେଇଥିଲା । ଗୁରୁତର ଟ୍ରକ ଡ୍ରାଇଭରକୁ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପୋଲିସ ଉକ୍ତ ଡ୍ରାଇଭର ନାଁରେ ଥାନାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking