21.1 C
Bhubaneswar
Tuesday, February 3, 2026
Homeଓଡିଶାହୁତୁ ହୁତୁ ହୋଇ ଜଳିଗଲା ସ୍କୁଟି: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ହୁତୁ ହୁତୁ ହୋଇ ଜଳିଗଲା ସ୍କୁଟି: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଅଗ୍ନିକାଣ୍ଡ । ହଠାତ୍ ହୁତୁ ହୁତୁ ହୋଇ ଜଳିଗଲା ସ୍କୁଟି । ଏହି ଘଟଣାରେ ଅଳ୍ପକେ ବର୍ତ୍ତିଛନ୍ତି ସ୍କୁଟିରେ ବସିଥିବା ଦୁଇ ଜଣ ଯାତ୍ରୀ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ବାଲିମା-କରଣ୍ଡା ରାସ୍ତାରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହଁ । ସୂଚନା ଅନୁସାରେ, ଦୁଇ ଭାଇ ଏକ ହସ୍ପିଟାଲ ଯାଉଥିବା ବେଳେ ହଠାତ୍ ସ୍କୁଟିରେ ନିଆଁ ଲାଗିଯାଇଥିଲା । ବାଲିମା-କରଣ୍ଡା ରାସ୍ତାରେ ଏକ ସ୍କୁଟିରେ ହଠାତ୍ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିଗଲା । ସ୍କୁଟିରେ ନିଆଁ ଲାଗିବା ମାତ୍ରେ ଉଭୟ ଯାତ୍ରୀ ସ୍କୁଟିରୁ ଡେଇଁ ନିଜ ଜୀବନ ବଞ୍ଚାଇ ଦେଇଥିଲେ । ଖବର ପାଇ ଖଜୁରିଆକଟା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ନିଆଁ ଲାଗିବାର କାରଣ ଜାଣିବା ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking