23.1 C
Bhubaneswar
Thursday, March 5, 2026
Homeଓଡିଶାସ୍କୁଟି ବାଇକ୍ ମୁହାଁମୁହିଁ: ଦମ୍ପତ୍ତି ମୃତ

ସ୍କୁଟି ବାଇକ୍ ମୁହାଁମୁହିଁ: ଦମ୍ପତ୍ତି ମୃତ

ଦିଗପହଣ୍ଡି: ଦିଗପହଣ୍ଡି – ବ୍ରହ୍ମପୁର ରାସ୍ତାରେ ଭୟଙ୍କର ସଡକ ଦୁର୍ଘଟଣା । ସ୍କୁଟି ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଏହି ଦୁର୍ଘଟଣା ଯୋଗୁଁ ଦମ୍ପତ୍ତି ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ୨ ବର୍ଷର ପୁଅ ଏବଂ ବାଇକ୍ ଆରୋହୀ ଆହତ ହୋଇଛନ୍ତି । ମୃତକମାନଙ୍କୁ ପ୍ରତାପ ମଲ୍ଲିକ (୩୫) ଏବଂ ତାଙ୍କ ଗର୍ଭବତୀ ପତ୍ନୀ ଲଳିତା ମଲ୍ଲିକ (୩୦) ବୋଲି ଚିହ୍ନଟ କରାଯାଇଛି । ଦୁର୍ଘଟଣା ପରେ ତୁରନ୍ତ ସମସ୍ତ ୪ ଜଣଙ୍କୁ ହସ୍ପିଟାଲ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା । ସେଠାରେ ଡାକ୍ତର ଦମ୍ପତ୍ତିଙ୍କୁ ମୃତ ଘୋଷଣା କରିଥିଲେ । ସ୍କୁଟରରେ ଥିବା ଦମ୍ପତିଙ୍କ ୨ ବର୍ଷର ପୁଅ ଆହତ ହୋଇଥିଲେ ମଧ୍ୟ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି ଏହି ଦୁର୍ଘଟଣାରେ ଆହତ ହୋଇଥିବା ବାଇକ୍ ଆରୋହୀ ସୁନୀଲ ଦଳାଇ (୩୬)ଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜକୁ ପଠାଯାଇଛିଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking