21.1 C
Bhubaneswar
Wednesday, February 11, 2026
Homeଓଡିଶାଅଜଣା ଗାଡ଼ି ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ

ଅଜଣା ଗାଡ଼ି ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ

ବାଲୁଗାଁ: ବାଲୁଗାଁ ଥାନା ଅଧିନ ନାଭାଲ ଫାଣ୍ଡି ନିକଟ ୧୬ନଂ ଜାତୀୟ ରାଜପଥରେ ଶନିବାର ମଧ୍ୟାହ୍ନ ସମୟରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗଞ୍ଜାମ ଜିଲ୍ଲା ଭେଜିପୁଟ ଗ୍ରାମର ଅଧିକାରୀ ନାୟକ(୫୫)। ଖବର ନେବାରେ ଜଣାଯାଇଛି, ଅଧିକାରୀ ନାୟକ କୌଣସି କାର୍ଯ୍ୟରେ ବାଲୁଗାଁ ଆସି ନିଜ ସ୍କୁଟି ଯୋଗେ ଘରକୁ ଫେରୁଥିଲେ।

ମଧ୍ୟାହ୍ନ ପ୍ରାୟ ୧ଘଟିକା ସମୟରେ ନାଭାଲ ଛକଠାରୁ ଅନତି ଦୂରରେ କୌଣସି ଗାଡି ତାଙ୍କୁ ପଛପାର୍ଶ୍ୱରୁ ଧକ୍କାଦେଇ ଖସି ପଳାଇଥିଲା। ଦୁର୍ଘଟଣାରେ ଗୁରୁତର ଅବସ୍ଥାରେ ଅଧିକାରୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ଡାକ୍ତରଖାନା ଅଣାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା। ବାଲୁଗାଁ ପୁଲିସ ଏକ ମାମଲା ରୁଜୁକରି ଘଟଣାର ଅନୁସନ୍ଧାନ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking