28.1 C
Bhubaneswar
Sunday, July 27, 2025
Homeଦେଶ ବିଦେଶମାଛିକୁ ଡ୍ରଗ୍ସ ଦେଇ ଗବେଷଣା, ନିଶା ଅଭ୍ୟାସ ଉପରେ ତଥ୍ୟ ସଂଗ୍ରହ କରୁଛନ୍ତି ବୈଜ୍ଞାନିକ

ମାଛିକୁ ଡ୍ରଗ୍ସ ଦେଇ ଗବେଷଣା, ନିଶା ଅଭ୍ୟାସ ଉପରେ ତଥ୍ୟ ସଂଗ୍ରହ କରୁଛନ୍ତି ବୈଜ୍ଞାନିକ

ନୂଆଦିଲ୍ଲୀ: ଆମେରିକାର ୟୁଟାହ ୟୁନିଭର୍ସିଟିରେ ବୈଜ୍ଞାନିକମାନେ ନିଶା ଅଭ୍ୟାସ ଉପରେ ଗବେଷଣା ଲାଗି ମାଛିକୁ କୋକେନ (ଡ୍ରଗ୍ସ) ଦେଉଛନ୍ତି । ବିଭିନ୍ନ ପ୍ରକାର ଫଳରେ ବସୁଥିବା ମାଛିଗୁଡ଼ିକୁ ଜେନେଟିକାଲି ଏଭଳି ବଦଳାଯାଇଛି ଯାହାଦ୍ୱାରା ମାଛିର ଶରୀର କୋକେନ ପ୍ରତି ଘୃଣା ଦେଖାଇବନି । ଫଳରେ ବସୁଥିବା ମାଛି ଏବଂ ମଣିଷ ଭିତରେ ଥିବା ଜିନ୍‌ ପରସ୍ପର ସହ ପ୍ରାୟ ୭୫% ମେଳ ଖାଇଥାଏ । ବିଶେଷ କରି ମାଛିର ବଡ଼ ଅଙ୍ଗ ଏବଂ ରୋଗ ସହ ଜଡ଼ିତ ଜିନ୍‌ । ଗବେଷଣା ଜରିଆରେ ବୈଜ୍ଞାନିକମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ, ନିଶା ଅଭ୍ୟାସ କିପରି ଆରମ୍ଭ ହୋଇଥାଏ । ଏହା କିପରି ବଢ଼େ ଏବଂ ଏହାକୁ କିପରି ରୋକାଯାଇପାରିବ । ସାଧାରଣତଃ ଏହି ମାଛିଗୁଡ଼ିକ କୋକେନଠାରୁ ଦୂରେଇ ରୁହନ୍ତି । ବୋଧହୁଏ କୋକେନର ସ୍ୱାଦ ସେମାନଙ୍କୁ କଡ଼ା ଲାଗେ । ଏହି କଡ଼ାପଣ ମାଛିର ଗୋଡ଼ରେ ଥିବା କିଛି ସ୍ୱତନ୍ତ୍ର ଟେଷ୍ଟ ରିସେପ୍ଟର୍ସରୁ ଜଣାପଡ଼ିଥାଏ । ବୈଜ୍ଞାନିକମାନେ ସେହି ରିସେପ୍ଟର୍ସକୁ ନିଷ୍କ୍ରିୟ କରିଦେଇଛନ୍ତି । ଏହା ପରେ ମାଛିକୁ କୋକେନ ଦିଆଯାଇଥିଲା । ମାତ୍ର ୧୬ ଘଣ୍ଟା ଭିତରେ ହିଁ କୋକେନ ମିଶ୍ରିତ ମିଠା ପାଣିକୁ ମାଛିଗୁଡ଼ିକ ସାଧା ପାଣିଠାରୁ ଅଧିକ ମାତ୍ରାରେ ପିଇଥିବା ଦେଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking