25.1 C
Bhubaneswar
Tuesday, December 9, 2025
Homeଓଡିଶାଶିଶୁ ବାଟିକା ପିଲାଙ୍କୁ ମାଗଣାରେ ଦିଆଯିବ ସ୍କୁଲ ପୋଷାକ

ଶିଶୁ ବାଟିକା ପିଲାଙ୍କୁ ମାଗଣାରେ ଦିଆଯିବ ସ୍କୁଲ ପୋଷାକ

ଭୁବନେଶ୍ୱର: ସ୍କୁଲରେ ନାମ ଲେଖାଇଥିବା ଶିଶୁ ବାଟିକା ପିଲାଙ୍କୁ ମିଳିବ ୟୁନିଫର୍ମ । ପ୍ରଥମ ଶ୍ରେଣୀ ପିଲାଙ୍କ ଭଳି ଶିଶୁବାଟିକା ପିଲାଙ୍କୁ ମଧ୍ୟ ଦିଆଯିବ ଜୋତା, ଟି ସାର୍ଟ, ଟ୍ରାକ ପ୍ୟାଣ୍ଟ, କ୍ୟାପ ଏବଂ ପରିଚୟପତ୍ର । ୩ ଲକ୍ଷ ୧୦ ହଜାର ୮୩୯ ଶିଶୁ ବାଟିକା ଛାତ୍ରଛାତ୍ରୀଙ୍କୁ ମାଗଣା ସ୍କୁଲ ପୋଷାକ, ଜୋତା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ମିଳିବ । ଏସବୁ ବଣ୍ଟନ ପାଇଁ ପ୍ରତି ଛାତ୍ର ପାଇଁ ୧ ହଜାର ଟଙ୍କା ପାଣ୍ଠି ଆବଶ୍ୟକ । ଏଥିପାଇଁ ପାଣ୍ଠି ଅନୁମୋଦନ ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛି ଓସେପା । ଚଳିତବର୍ଷ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସରକାରୀ ବିଦ୍ୟାଳୟର ୪୧ ଲକ୍ଷ ୩୧ ହଜାର ୨୪ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking