ନୂଆଦିଲ୍ଲୀ : ଆମେରିକାରେ ପୁଣି ଏକ ପ୍ରାଇଭେଟ ସ୍କୁଲରେ ଗୁଳିକାଣ୍ଡ ହୋଇଛି । ୱିକୋସିନ ଅଞ୍ଚଳରେ ଥିବା ଏକ ସ୍କୁଲରେ ଗୁଳିକାଣ୍ଡ ଘଟିଥିବା ବେଳେ ଏଥିରେ ଛାତ୍ର ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି । ପୁଲିସର ଗୁଳିରେ ଆତତାୟୀର ଜୀବନ ଯାଇଛି । ଘଟଣା ପରେ ପୂରା ଅଞ୍ଚଳକୁ ସିଲ କରି ତଦନ୍ତ କରୁଛି ପୋଲିସ । ଏପରିସ୍ଥିତିରେ ସ୍କୁଲ ଛାତ୍ର ଓ କର୍ତ୍ତୁପକ୍ଷଙ୍କୁ ସ୍କୁଲରୁ ବାହାର କରାଯାଇଛି । ତେବେ କେଉଁ କାରଣରୁ ଗୁଳିକାଣ୍ଡ ଘଟିଲା ତାହା ଜଣାପଡିନାହିଁ । ଆମେରିକାରେ ଦିନକୁ ଦିନ ଗୁଳିକାଣ୍ଡ ବଢିବାକୁ ଲାଗିଥିବା ବେଳେ ଚାରିଆଡେ ଉଦବେଗ ଦେଖାଦେଇଛି ।