ଯାଜପୁର: ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲୁଛି ସ୍କୁଲ । ଜିଲ୍ଲାପଳଙ୍କ ନିର୍ଦ୍ଦେଶକ୍ରମେ ସ୍କୁଲ ଛୁଟି ଘୋଷଣାକୁ ୫ ଦିନ ପାଇଁ ବୃଦ୍ଧି କରାଯାଇଥିଲା । ତେବେ ସ୍କୁଲ ଖୋଲିବା ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସ୍କୁଲଗୁଡିକୁ ସଫେଇ କରାଯାଉଛି । ଜିଲ୍ଲା ଶିକ୍ଷାଧିକାରୀ ପ୍ରତି ବ୍ଲକ ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗରେ ରହି ସ୍କୁଲ ଜଳ ବିଶୋଧନକୁ ଗୁରୁତ୍ୱ ଦେଇଥିବା ବେଳେ ଜିଲ୍ଲାପାଳ ମଧ୍ୟ ଏହାକୁ ମନିଟରିଙ୍ଗ କରିଛନ୍ତି । ଅନ୍ୟପଟେ ଯାଜପୁରରେ ଡାଇରିଆ ପରେ ଜଣ୍ଡିସ ସମସ୍ୟା ଦେଖାଦେଇଛି । ଜଣ୍ଡିସ ରୋଗୀ ଚିହ୍ନଟ ପରେ ତତ୍ପର ହୋଇଛି ସ୍ୱାସ୍ଥ୍ୟ ବିଭାଗ ଗତକାଲି ୧୫ ଜଣଙ୍କ ରକ୍ତ , ୧୦ ଜଣଙ୍କ ଝାଡା ଓ ୪ ଜଣଙଅକ ଜଳ ନମୁନା ପରୀକ୍ଷା ପାଇଁ ନିଆଯାଇଛି । ଗାଁରେ ସ୍ୱାସ୍ଥ୍ୟ କ୍ୟାମ୍ପ କରାଯାଇ ସେବା ଯୋଗାଇ ଦିଆଯାଉଛି ।










