ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଛି । ହିଟ୍ୱେଭ୍ ପାଇଁ କାଲିଠୁ ୨୫ ପର୍ଯ୍ୟନ୍ତ ଛୁଟି । ଶିଶୁ ବାଟିକା ଠାରୁ ଦ୍ୱାଦଶ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ । ସ୍କୁଲ ଛୁଟି ନେଇ ଝାରସୁଗୁଡା ଜିଲ୍ଲାପାଳଙ୍କ ନିଷ୍ପତ୍ତି । ଉପରମୁହାଁ ହୋଇଛି ଝାରସୁଗୁଡାରେ ପାରଦ । ଆଜି ତାପମାତ୍ରା ୪୬.୨ ରହିଛି । ଚଳିତ ବର୍ଷ ପ୍ରଥମ କରି ରାଜ୍ୟରେ ତାତି ୪୬ ଟପିଲା । ଏପ୍ରିଲ ମାସର ଝାରସୁଗୁଡା ତାତି ୧୫ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲା । ୨୦୧୦ ଏପ୍ରିଲ ୨୦ରେ ଝାରସୁଗୁଡା ତାତି ୪୬.୧ ରହିଥିଲା ।