ଭୁବନେଶ୍ୱର: ୨୦ରେ ଭୁବନେଶ୍ୱର, କଟକ ମହାନଗରରେ ସ୍କୁଲ ଛୁଟି ରହିବ । ଗଣ ଶିକ୍ଷା ବିଭାଗ ପକ୍ଷରୁ ଖୋର୍ଦ୍ଦା, କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ସ୍କୁଲ ଛୁଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ପାଇଁ ବିପୁଳ ଜନ ସମାଗମ ହେବ । ଟ୍ରାଫିକ ସମସ୍ୟା ଆଶଙ୍କା କରି ସ୍କୁଲ ଛୁଟି ପାଇଁ ବିଭାଗ ତରଫରୁ ନିଷ୍ପତ୍ତି ନିଆଯାଇଛି । ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ, ବେସରକାରୀ ସ୍କୁଲ ବନ୍ଦ ରହିବ ।










