35.1 C
Bhubaneswar
Tuesday, October 1, 2024
Homeଓଡିଶାହାତୀ ପାଇଁ ସ୍କୁଲ ଛୁଟି

ହାତୀ ପାଇଁ ସ୍କୁଲ ଛୁଟି

ଉଦଳା : ହାତୀ ପାଇଁ ସ୍କୁଲ ଛୁଟି । ପାଠ ପଢିବାକୁ ସ୍କୁଲକୁ ଯିବାକୁ ଭୟ କରୁଛନ୍ତି ଛାତ୍ରଛାତ୍ରୀ । ତେଣୁ ସ୍କୁଲକୁ ଛୁଟି କରିଦିଆଯାଇଛି । ଏପରି ଏକ ଘଟଣା ସାମ୍ନାକୁ ଆସିଛି ମୟୂରଭଂଜ ଜିଲ୍ଲାର କାଠୁଆବେଡା ଅଂଚଳରୁ । ହାତୀ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି। କାଠୁଆବେଡା ୟୁପି ସ୍କୁଲ ଛୁଟି ଘୋଷଣା କରିଛନ୍ତି ବିଇଓ । ସ୍କୁଲ ପାଖରେ ଜଗି ରହିଛନ୍ତି ୨ ବଣୁଆ ହାତୀ । ଏହାକୁ ନେଇ ଭୟରେ ଜୀବନ ବିତାଉଛନ୍ତି ଗ୍ରାମବାସୀ । ଗାଁ ରାସ୍ତା ଉପରେ ଅଧିକ ସମୟ ଧରି ହାତୀ ଠିଆ ହୋଇ ରହୁଛନ୍ତି । ଫଳରେ ଯାତାୟତ ଅନେକ ସମୟ ଧରି ବାଧାପ୍ରାପ୍ତ ହୋଇଛି । ତେଣୁ ହାତୀ ଭୟରେ , କୌଣସି ପ୍ରକାର ଅଘଟଣକୁ ଏଡାଇବା ପାଇଁ ସ୍କୁଲକୁ ବନ୍ଦ କରିଦିଆଯାଇଥିବା ଜଣାପଡିଛି । ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତେ ଭୟଭୀତ ଅବସ୍ଥାରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking