ଭୁବନେଶ୍ୱର: ଆସନ୍ତା ଦୁଇ ଦିନରେ ସ୍କୁଲ ବନ୍ଦ ନେଇ ହୋଇପାରେ ବଡ ନିଷ୍ପତ୍ତି ା ଏନେଇ ସୂଚନା ଦେଲେ ରାଜସ୍ୱ ବିପଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମେ ୬ ପୂର୍ୱରୁ ଆଗୁଆ ଛୁଟି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି । ସୂଚନା ଥାଉକି, ଆଜି ସକାଳୁ ୮ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ପାରଦ ୩୪ ଦଶମିକ ୮ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ସମ୍ବଲପୁରରେ ତାପମାତ୍ରା ୩୪ ଦଶମିକ ୪ ଡିଗ୍ରୀ ରେକର୍ଡ ହୋଇଛି । ଗତକାଲି ସକାଳ ୮ଟା ୩୦ ବେଳକୁ ଝାରସୁଗୁଡ଼ାରେ ପାରଦ ୩୩ ଦଶମିକ ୬ ଡିଗ୍ରୀ ଥିବା ବେଳେ ୨୦ ତାରିଖରେ ୩୨ ଦଶମିକ ୨ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିପରି ସମ୍ବଲପୁରରେ ଗତକାଲି ସକାଳୁ ତାତି ୩୨ ଦଶମିକ ୨ ଡିଗ୍ରୀ ଥିବା ବେଳେ ୨୦ରେ ୩୨ ଦଶମିକ ୬ ଡିଗ୍ରୀ ରେକର୍ଡ କରାଯାଇଥିଲା ।