27.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶନଦୀକୁ ଖସିଲା ସ୍କୁଲ ବସ୍: ୬ ଗୁରୁତର

ନଦୀକୁ ଖସିଲା ସ୍କୁଲ ବସ୍: ୬ ଗୁରୁତର

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା। ଜୋହର ଗାଁ ନିକଟରେ ଏକ ସ୍କୁଲ ବସ୍ ନଦୀକୁ ଖସିପଡ଼ିଲା। ବସ୍ ନଦୀକୁ ଖସିପଡ଼ିବାରୁ ଅନେକ ପିଲା ଆହତ ହୋଇଥିଲେ। ସେଠି ମଧ୍ୟରୁଜଣ ଗୁରୁତର ଥିବା ଜଣାପଡିଛିସୂଚନା ଅନୁସାରେ, ଘଟଣାଟି ସକାଳ ପ୍ରାୟ ୧୧ଟା ବେଳେ ଘଟିଥିବା କୁହାଯାଉଛି। ୨୫ ଜଣ ପିଲାଙ୍କୁ ନେଇ ଯାଉଥିବା ଏକ ବସ୍ ଜାହୋଦ ନଦୀକୁ ଖସିପଡ଼ିଥିଲା। ଘଟଣା ପରେ ପ୍ରାୟ ୧.୩୦ ସମୟରେ ୬ ଜଣ ପିଲାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ କଲେଜକୁ ନିଯାଇଥିଲା। ଭର୍ତ୍ତି ହୋଇଥିବା ୬ ଜଣ ପିଲାଙ୍କ ମଧ୍ୟରୁ ୨ ଜଣଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି ଏବଂ ସେମାନଙ୍କର ଚିକିତ୍ସା ଚାଲିଛି। ବାକି ପିଲାମାନେ ପ୍ରାୟ ସୁସ୍ଥ ଅଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking