ଭୁବନେଶ୍ୱର: ଆଜିଠାରୁ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ । ଭୁବନେଶ୍ୱରରେ ୨୯ ଓ ୩୦ ତାରିଖ ଦୁଇ ଦିନ ଧରି ଚାଲିବ ଜାତୀୟ ସମ୍ମିଳନୀ । ଏନେଇ ସୂଚନା ଦେଲେ ଓଡିଶା ବିଧାନସଭା ବାଚସ୍ପତି ସୁରମା ପାଢୀ । ସାମ୍ବିଧାନିକ ସୁରକ୍ଷା ଓ ଆଦିବାସୀ ବିକାଶ ନେଇ ଆଲୋଚନା ହେବ । ଦୀର୍ଘ ୩୧ ବର୍ଷ ପରେ ଓଡିଶାରେ ଏସସି – ଏସଟି ସମ୍ମିଳନୀ ଆୟୋଜିତ ହେବ । ଲୋକସଭା ବାଚସ୍ପତି, ରାଜ୍ୟସଭା ଉପାଧ୍ୟକ୍ଷ, କେନ୍ଦ୍ର ମନ୍ତ୍ରୀ ଭାଗ ନେବେ । ଉଦଯାପନୀ ପରେ ପ୍ରତିନିଧିଙ୍କୁ କୋଣାର୍କ ସହ ଶ୍ରୀଜିଉଙ୍କ ଦର୍ଶନ ପାଇଁ ନିଆଯିବ ।










