15.1 C
Bhubaneswar
Saturday, December 13, 2025
Homeଓଡିଶାଏସସିବି ଲଜ୍ୟା : ଡାକ୍ତରଙ୍କୁ ବହିଷ୍କାର ନିର୍ଦ୍ଦେଶ

ଏସସିବି ଲଜ୍ୟା : ଡାକ୍ତରଙ୍କୁ ବହିଷ୍କାର ନିର୍ଦ୍ଦେଶ

କଟକ : କଟକ ଏସ୍‌ସିବିରେ ଦୁଇ ରୋଗୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଡାକ୍ତର ଦିଲବର ସିଂହ ଠାକୁରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଡାକ୍ତରୀ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶକ (ଡିଏମଇଟି) । ଡାକ୍ତର ଦିଲବର ସିଂହ ଠାକୁର କାର୍ଯ୍ୟରୁ ବହିଷ୍କୃତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିଏମଇଟି । ଏହା ସହିତ ତାଙ୍କୁ କେହି ଫସାଇବାକୁ ଉଦ୍ୟମ କରୁନାହାଁନ୍ତି ବୋଲି ଡିଏମଇଟି ସ୍ପଷ୍ଟ କରିଛନ୍ତି । ଗତ ଅଗଷ୍ଟ ୧୩ ତାରିଖରେ, ମଙ୍ଗଳାବାଗ ଥାନା ପୋଲିସ ହୃଦ ରୋଗ ବିଭାଗ ଡାକ୍ତର ଦିଲବର ସିଂହ ଠାକୁରଙ୍କୁ ଗିରଫ କରିଥିଲା । ଚିକିସ୍ଚା ଆଳରେ ଦୁଇ ଜଣ ମହିଳାଙ୍କୁ ସେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଜଣେ ପିଜି ଦ୍ୱିତୀୟ ବର୍ଷର ଡାକ୍ତରୀ ଛାତ୍ର ତାଙ୍କ ମା’ ଓ ମାଇଁଙ୍କୁ ଚିକିତ୍ସା ପାଇଁ ଏସସିବି ମେଡ଼ିକାଲର ହୃଦ୍‌ରୋଗ ବିଭାଗକୁ ଆଣିଥିଲେ । ଉଭୟ ହୃଦ ରୋଗରେ ପୀଡ଼ିତ ଥିଲେ । ଡାକ୍ତର ଦିଲବର ସିଂହ ଠାକୁର ଚିକିତ୍ସା ଆଳରେ ସେମାନଙ୍କୁ ‌ଇକୋ ରୁମ୍‌କୁ ନେଇ ଦୁଷ୍କର୍ମ କରିଥିଲେ । ଏ ନେଇ ମହିଳାଙ୍କ ପକ୍ଷରୁ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଡାକ୍ତର ଦିଲବର ସିଂ ଠାକୁରଙ୍କୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking