28.1 C
Bhubaneswar
Saturday, March 28, 2026
Homeଓଡିଶାଏସ୍‌ସିବି ଅଗ୍ନିକାଣ୍ଡ: ମିଳିତ ବିରୋଧି ଦଳର ବିକ୍ଷୋଭ ପ୍ରଦର୍ଶନ ପାଇଁ କଂଗ୍ରେସର ପ୍ରସ୍ତୁତି ବୈଠକ

ଏସ୍‌ସିବି ଅଗ୍ନିକାଣ୍ଡ: ମିଳିତ ବିରୋଧି ଦଳର ବିକ୍ଷୋଭ ପ୍ରଦର୍ଶନ ପାଇଁ କଂଗ୍ରେସର ପ୍ରସ୍ତୁତି ବୈଠକ

 ଭୁବନେଶ୍ୱର : ଏସ୍‌ସିବି ମେଡିକାଲ କଲେଜରେ ଘଟିଥିବା ଅଗ୍ନିକାଣ୍ଡ ଯୋଗୁଁ ୧୩ ଜଣ ରୋଗିଙ୍କ ପୋଡି ହୋଇ ଦାରୁଣ ମୃତ୍ୟୁ ଘଟିଲା । ରାଜନୈତିକ ଅପାରଗତା ଏବଂ ପ୍ରଶାସନିକ ଅବହେଳା ଯୋଗୁଁ ପ୍ରାଣ ବଂଚାଇବାକୁ ଯାଇ ଆଇସିୟୁରେ ଚିକିତ୍ସିତ ହେଉଥିବା ନିରୀହଙ୍କ ପ୍ରାଣ ଅକାଳରେ ଚାଲିଗଲା । କିନ୍ତୁ ସରକାର ଦାୟିତ୍ୱ ନିଜ ଉପରକୁ ନେବାକୁ ନାରାଜ । ଏହି ପରିପ୍ରେକ୍ଷିରେ ଆସନ୍ତା ୩୦ ତାରିଖରେ ମିଳିତ ବିରୋଧି ଦଳ ରାଜରାସ୍ତାରେ ବିକ୍ଷୋଭ କରିବା ନିଷ୍ପତ୍ତି ନେଇଛି । ଏଣୁ କଂଗ୍ରେସ ଭବନ ଠାରେ ଆଜି ବିକ୍ଷୋଭ ପ୍ରଦର୍ଶନକୁ ନେଇ ଏକ ପ୍ରସ୍ତୁତି ବୈଠକ ହୋଇ ରଣନୀତି ତିଆରି ହୋଇଥିଲା ।  ଏହି ପ୍ରସ୍ତୁତି ବୈଠକରେ ପଞ୍ଚାନନ କାନୁନ୍‌ଗୋ, ସୁରେଶ କୁମାର ରାଉତରାୟ, ସମୀର ରାଉତରାୟ, ଶିବାନନ୍ଦ ରାୟ, ପ୍ରକାଶ ଜେନା, ଅରବିନ୍ଦ ଦାସ, ମାନସ ଆଚାର୍ଯ୍ୟ, ଅଭୟ ସାହୁ, ରମୁ ପାତ୍ର, ସିଦ୍ଧାର୍ଥ ଦାସ, ଶୁଭେନ୍ଦୁ ମହାନ୍ତି, ଚିନ୍ମୟ ସୁନ୍ଦର ଦାସ, ତରୁଣ ମିଶ୍ର, ଜୟଶ୍ରୀ ପଟ୍ଟନାୟକ, ପ୍ରକାଶ ମିଶ୍ର, ହିମାଂଶୁ ଲେଙ୍କା, ଜୟଶ୍ରୀ ପାତ୍ର, ସନ୍ତୋଷ ପ୍ରଧାନ ଓ ଚାଲୁ ମଙ୍ଗରାଜ ପ୍ରମୁଖ ଭାଗ ନେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking