ସୋର : ସ୍ବାମୀର ଦୀର୍ଘ ଆୟୁଷ କାମନା କରି ସ୍ତ୍ରୀ ବ୍ରତ କରିଥିବାବେଳେ ଚାଲିଗଲା ସ୍ବାମୀର ଜୀବନ । ଖନ୍ତାପଡ଼ା ଥାନା ପଣପଣା ପଞ୍ଚାୟତ ମାଲଦାପଡ଼ା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସାବିତ୍ରୀ ଭଳି ଦିନରେ ଜଣେ ମହିଳାଙ୍କ ସିନ୍ଦୂର ଲିଭି ଯାଇଛି । ଘରୁ ସ୍ବାମୀଙ୍କ ଝୁଲନ୍ତା ମୃତଦେହ ମିଳିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ଘଟଣାସ୍ଥଳରେ ଖନ୍ତାପଡା ପୁଲିସ ପହଞ୍ଚି ଛାନଭିନ୍ କରୁଛି । ତେବେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ ।