17.1 C
Bhubaneswar
Saturday, January 17, 2026
Homeଅପରାଧଯୁବକଙ୍କ ଜୀବନ ବଞ୍ଚାଇଲା ବୁଲା କୁକୁର କେମିତି ଜାଣନ୍ତୁ...

ଯୁବକଙ୍କ ଜୀବନ ବଞ୍ଚାଇଲା ବୁଲା କୁକୁର କେମିତି ଜାଣନ୍ତୁ…

ଆଗ୍ରା : ଉତ୍ତରପ୍ରଦେଶର ଆଗ୍ରାରେ ଘଟିଛି ଅଭାବନୀୟ ଘଟଣା। ଜମି ବିବାଦକୁ ନେଇ ହଠାତ୍‌ ୪ ଯୁବକ ଜଣେ ଯୁବକଙ୍କୁ ମାରପିଟ୍‌ କରିବା ସହ ଛୁରୀରେ ଭୁସିଥିଲେ। ଏହାପରେ ମରି ଯାଇଥିବା ଭାବି ମାଟି ଖୋଳି ତଳେ ପୋତି ଦେଇଥିଲେ। ହେଲେ ଜୀବନ ବଞ୍ଚାଇଦେଲା ବୁଲା କୁକର । ମରଣ ମୁହଁରୁ ଫେରୁଥିବା ଯୁବକଜଣକ ହେଲେ ରୁପ କିଶୋର। ସେ ଏବେ ମେଡିକାଲରେ ଚିକିତ୍ସାଧୀନ ଥିବାବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ରୁପ କିଶୋର ପୁଲିସ୍‌ ସମ୍ମୁଖରେ ଦେଇଥିବା ବୟାନ ଅନୁଯାୟୀ,ଅଙ୍କିତ, ଗୌରବ, କରଣ ଓ ଆକାଶ ନାମକ ୪ ଯୁବକ ତାଙ୍କୁ ଘରୁ ଉଠାଇ ନେଇ ଆଗ୍ରାର ଆରଟୋନି ଅଞ୍ଚଳକୁ ନେଇ ଯାଇଥିଲେ। ସେଠାରେ ସେମାନେ ତାଙ୍କୁ ମିଳିତ ଭାବେ ଆକ୍ରମଣ କରିବା ସହ ଛୁରୀ ଭୁଷି ଦେଇଥିଲେ। ଫଳରେ ସେ ଅଚେତ ହୋଇ ପଡ଼ି ଯାଇଥିଲେ। ଏହାପରେ ସେ ମରି ଯାଇଥିବା ଭାବି ମାଟି ଖୋଳି ପୋତି ଦେଇଥିଲେ। ମାତ୍ର କିଛି ବୁଲା କୁକୁର ମାଟି ଖୋଳି ତାଙ୍କ ଜୀବନ ବଞ୍ଚାଇଛନ୍ତି। ସେମାନେ ତାଙ୍କୁ କାମୁଡ଼ିବାରୁ ତାଙ୍କ ଚେତା ଫେରିଥିବା କହିଥିଲେ ରୁପ କିଶୋର । ଏହାପରେ ସେ ମାଟି ତଳୁ ବହୁ କଷ୍ଟରେ ବାହାରି ନିକଟସ୍ଥ ଗାଁକୁ ଯାଇଥିଲେ। ସେଠାକାର ଲୋକେ ତାଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିବା ସହ ପୁଲିସ୍‌କୁ ସୂଚନା ଦେଇଥିଲେ। ପୁଲିସ୍ ପହଞ୍ଚି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ଅଭିଯୁକ୍ତମାନଙ୍କୁ ଗିରଫ କରିବା ନିମନ୍ତେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଥିବା ପୁଲିସ୍‌ ଅଧିକାରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking