ଝାରସୁଗୁଡା: ଅମଲିପାଲିରେ ଯୁବ ସମାବେଶରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦି ନିଜର ଅଭିଭାଷଣ ରଖିଛନ୍ତି । ଅଭିଭାଷଣରେ କଂଗ୍ରେସକୁ ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କହିଛନ୍ତି, ୨୦୧୪ରେ କ୍ଷମତାକୁ ଆସିବା ପରେ ଦେଶକୁ ଲୁଟତନ୍ତ୍ରରୁ ରକ୍ଷା କଲି । ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ଦେଶକୁ ଲୁଟ କରୁଥିଲା । ଆମ ସରକାର ୧୨ ଲକ୍ଷ ଆୟ ପଯ୍ୟନ୍ତ ଆୟକର ମୁକ୍ତ କରିଛନ୍ତି । କଂଗ୍ରେସ ସରକାର ବେଳେ ୧ ଲକ୍ଷ ଖର୍ଚ୍ଚ ପାଇଁ ୨୫ ହଜାର ଟିକସ ପଡୁଥିଲା । ମାତ୍ର ଆମ ସରକାରରେ ବର୍ତ୍ତମାନ ୧ ଲକ୍ଷରେ କେବଳ ୪ରୁ ୫ ହଜାର ଟିକସ ଦେବାକୁ ପଡୁଛି । କୃଷକଙ୍କ ହିତ ପାଇଁ ଟ୍ରାକ୍ଟର ଦାମ ୪୦ ହଜାର କମ କରାଯାଇଛି । କେନ୍ଦୁପତ୍ର ତୋଳାଲିଙ୍କ ପାଇଁ ବିଜେପି ସରକାର ଟିକସ କମ କରିଛନ୍ତି ।










