ଭୁବନେଶ୍ୱର: କ୍ରସ ଭୋଟିଂ କଲେ ସୌଭିକ ବିଶ୍ୱାଳ ।ଚୌଦ୍ବାର-କଟକ ବିଧାୟକ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଭୋଟ୍ ଦେଇଥିବା ଜଣାଯାଇଛି। ଯାହାକୁ ନେଇ ବିଜୁ ଜନତା ଦଳର ଏଜେଣ୍ଟ ପ୍ରତାପ ଜେନା କହିଛନ୍ତି ।ଏଥି ସହ ଆପତ୍ତି ଉଠାଇଛନ୍ତି ପ୍ରତାପ ଦେବ । କେବଳ ସୌଭିକ ବିଶ୍ୱାଳ ନୁହଁନ୍ତି, ଚକ୍ରମଣି କହଁର, କଂଗ୍ରେସ ବିଧାୟିକା ସୋଫିଆ ଫିରଦୋସ ମଧ୍ୟ କ୍ରସ ଭୋଟିଂ କରିଥିବା କୁହାଯାଉଛି । ଏହି କ୍ରସ ଭୋଟିଂ ଆହୁରି ଆଗକୁ ବଢିପାରେ ବୋଲି ମଧ୍ୟ କୁହାଯାଉଛି । ସୌଭିକ ବିଶ୍ୱାଳ ଏସସିବି ଅଗ୍ନିକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଥିଲେ ହେଲେ ଏବେ ସେ ମୌନବ୍ରତ କରିଥିବା ନେଇ ତାଙ୍କ ପତ୍ନୀ କହିଛନ୍ତି । ସୋଫିଆ ମଧ୍ୟ ଗଣମାଧ୍ୟମ ଆଗରେ କିଛି ପ୍ରତିକ୍ରିୟା ନ ରଖି ଭୋଟ ଦେଇ ସିଧା ଚାଲିଗଲେ । ଏହା ଏକ ମନରେ ସନ୍ଦେହ ବଢାଉଛି । ଯାହା ଆକଳନ କରାଯାଉଥିଲା କ୍ରସ ଭୋଟିଂ ହେବ ବୋଲି ତାହା ହୋଇଛି । ଏବେ ଚତୁର୍ଥ ସିଟ କାହାର ହେବ । ଦତ୍ତେଶ୍ୱର ହୋତା ନା ଦିଲ୍ଲୀପ ରାୟ ତାକୁ ଦେଖିବାକୁ ଅପେକ୍ଷା ।










